ସାଲେପୁର:-
ଆଜି ସକାଳୁ କଟକ-ସାଲେପୁର ରାସ୍ତାର ଶିଶୁଆ ବଜାର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଡ୍ରାଇଭର ସମେତ ୯ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଦମକଳ ବାହୀନି ସହାୟତାରେ ବୋଲରର କାଚଭାଙ୍ଗି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ମେଡିକାଲକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଏକ ବୋଲର ଗାଡ଼ି ପଟ୍ଟାମୁଣ୍ଡାଇର ବଉଳାଙ୍ଗ ଅଞ୍ଚଳରୁ ସନ୍ଧ୍ୟାରାଣୀ ଭୂୟାଁ, ସୁଲୋଚନା ଭୂୟାଁ, ମେଘନାଦ ଭୂୟାଁଙ୍କ ସମେତ ୯ଜଣକୁ କଟକ ନେଇ ଜାଉଥିବା ବେଳେ ଶିଶୁଆ ବଜାର ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ପିଟି ହୋଇଯାଇଥିଲା।ଫଳରେ ବୋଲରରେ ଥିବା ଡ୍ରାଇଭର ସମେତ ୯ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।