Type Here to Get Search Results !

ରାଜ୍ୟ ରାଜନୀତିରେ ଓଲଟପାଲଟ, ଏଥର ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବ ବିଜେପି

 




ଭୁବନେଶ୍ୱର:-

ଓଡ଼ିଶାରେ ଫୁଟିଲା ପଦ୍ମ । ଏଥର ରାଜ୍ୟରେ ବିଜେପି ସରକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ବିଜେପି ସରକାର ଗଢ଼ିବାକୁ ଯାଉଛି । ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ମିଳିଛି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା । ମ୍ୟାଜିକ ନମ୍ବର ପାର କରିଛି ଦଳ। ୭୮ ଆସନ ସହ ବିଜେପି ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ହାସଲ କରିଛି।

୨୪ ବର୍ଷ ପରେ ବିରୋଧୀ ଦଳ ଆସନରେ ବସିବ ବିଜେଡି। ଦଳ ମାତ୍ର ୫୧ ଆସନରେ ବିଜୟୀ ହୋଇପାରିଛି। କଂଗ୍ରେସ ୧୪ ଆସନ ଦଖଲ କରିଛି।

ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଏବେ ସରକାର ଗଠନ ନେଇ ଆରମ୍ଭ ହେବ କସରତ । ଦିନେ ଦୁଇ ଦିନ ଭିତରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିବେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ବିଧାୟକ ଦଳ ନେତା ବାଛିବେ ନବ ନିର୍ବାଚିତ ବିଜେପି ବିଧାୟକ। ଏହା ପରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ। ବଡ଼ ବିଜୟ ପରେ ବିଜେପି ଶିବିରରେ ଅଦିନିଆ ଦୀପାବଳୀ ଦେଖିବାକୁ ମିଳିଛି। ବିୟୟ ଉତ୍ସବ ପାଳିଥିଲେ ନେତା ଓ କର୍ମୀ।

ଅନ୍ୟପଟେ ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହେଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଓଡିଶାରେ ପ୍ରଥମ ଥର ଲାଗି ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । ଓଡିଶାର ବିଜେପିର ବିଜୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି , ଏ ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ ବିଜୟ । ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.