ଚମ୍ପୁଆ :-
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚମ୍ପୁଆ ରେ ନୂତନ ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗ ଦାନ କରିଛନ୍ତି ସାର୍ଥକ ଅଭିନନ୍ଦନ ରାୟ । ତାଙ୍କ ଘର କଟକ ରେ । ସେ 2020 ରୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ରେ ସ୍ନାତକତୋର ଡିଗ୍ରୀ ହାସଲ କରି ସଂସ୍କୃତି ବିଭାଗ ରେ ପ୍ରଥମେ କାର୍ଯ୍ୟ କରୁ ଥିଲେ । ସୂଚନା ଅଧିକାରୀ ଜୟନ୍ତ ନାଏକ ଙ୍କ ବଦଳି ପରେ ପ୍ରାୟ ଦୁଇ ବର୍ଷ ରୁ ଅଧିକ ହେବ ଖାଲି ପଡି ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ପଦବୀ ପୂରଣ ହୋଇଛି । ଶ୍ରୀ ରାୟ ଯୋଗ ଦାନ କରିବା ପରେ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରି କାର୍ଯ୍ୟ ଆରମ୍ଭ କରି ଛନ୍ତି । ଏହା ସହିତ ଶ୍ରୀ ରାୟ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗଣ ମାଧ୍ୟମ ସମ୍ବାଦପତ୍ର ରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କ ସହ ସାକ୍ଷାତ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରି ଥିଲେ । ଚମ୍ପୁଆ ଏକ ଉପାନ୍ତ ଅଞ୍ଚଳ ହୋଇ ଥିବା ବେଳେ ଏହାର ବିକାଶ ଦିଗରେ ଚତୁର୍ଥ ସ୍ତମ୍ଭ ର କର୍ତବ୍ୟ ଓ ଦାୟିତ୍ୱ ଅପରିହାର୍ଯ୍ୟ ବୋଲି ମତ ଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

