ଚମ୍ପୁଆ :-
ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ବାଙ୍କିଆ ଗ୍ରାମ ବାଙ୍କିଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ 74 ତମ ବନ ମହୋତ୍ସବ ସପ୍ତାହ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଞ୍ଚଳ ଆନୁକୂଲ୍ୟରେ ମହାସମାରୋହ ରେ ପାଳିତ ହୋଇ ଯାଇଛି । ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ନାୟକ ଙ୍କ ସଭାପତିତ୍ୟରେ ସଚେତନତା ସଭା ରେ ଅତିଥି, ବକ୍ତା ଭାବେ ଏ ସି ଏଫ - ଅକ୍ଷୟ ଛତ୍ରୀୟା, ରଙ୍ଗାମାଟିଆ ସରପଞ୍ଚ ଶ୍ରୀମତୀ ମାଧୁରୀ ନାଏକ, ଚମ୍ପୁଆ ଫରେଷ୍ଟର କାଳିନ୍ଦୀ ସାମଲ, ଉଖୁଣ୍ଡା ଫରେଷ୍ଟର ପ୍ରମୋଦ ବେହେରା, ବନରକ୍ଷୀ ଜ୍ୟୋତି ରୂପା ପାଣି ପ୍ରମୁଖ ଯୋଗ ଦେଇ ଥିଲେ । ଅତିଥି, ବକ୍ତା ମାନେ ବନ ମହୋତ୍ସବ ର ତାତପଯ୍ୟ, ମହାମ୍ୟ ବର୍ଣନା କରି ଜୀବନ ଚକ୍ର ରେ ଜନ୍ମ ଠାରୁ ମୃତ୍ୟୁ ପ୍ରଯ୍ୟନ୍ତ ବୃକ୍ଷ ର ଆବଶ୍ୟକତା ପଡ଼ୁ ଥିବାରୁ ପରିବାରର ସମସ୍ତ ସଦସ୍ୟ ଗଛ ଟିଏ ଲଗାଇ ତା ର ଲାଳନ ପାଳନ କରିବାକୁ ଦିଗଦର୍ଶନ ଦେଇଥିଲେ । ଜୁଲାଇ ମାସ ର ପ୍ରଥମ ସପ୍ତାହ ଟି ବନ ମହୋତ୍ସବ ପାଳନ କରାଯାଉ ଥିଲେ ମଧ୍ୟ୍ୟ ଜୁଲାଇ ମାସ ଟି ଗଛ ଲଗାଇବା ପାଇଁ ସର୍ବୋକୃଷ୍ଟ ଗୁରୁତ୍ୱ ପୂର୍ଣ୍ଣ ସମୟ । ଜୁଲାଇ ମାସ ଟିର ସଦୁପଯୋଗ କରି ସମସ୍ତେ ଗଛ ଲଗାଇବାକୁ ଉସ୍ୟାହିତ କରିଥିଲେ । କାର୍ଯ୍ୟକ୍ରମ କୁ ଶିକ୍ଷକ ଅକ୍ଷୟ କୁମାର ଜେନା ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର ଛାତ୍ରୀ ଶ୍ରାବଣୀ ନାୟକ, ସାମ୍ବାଦିକ ପବିତ୍ର ନାୟକ ବକ୍ତବ୍ୟ ପ୍ରଦାନ କରି ଥିଲେ l ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥି ଓ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ର ଚାରା ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଅଂଶ କରି ଥିବା ବେଳେ ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ବେହେରା, ମିନତୀ ମହାନ୍ତ, ଶିକ୍ଷକ ଜୀବନ କୁମାର ସେଠୀ, ଅଜିତ କୁମାର ନାଏକ, ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା ।

