Type Here to Get Search Results !

NGO ଗାଡ଼ିରେ ଅଶୋକ ସ୍ତମ୍ଭ ଲୋଗୋ ନିଷିଦ୍ଧ: ମାନବାଧିକାର ଆୟୋଗଙ୍କ କଡ଼ା ନିର୍ଦ୍ଦେଶ

 


ଭୁବନେଶ୍ୱର :

ରାଜ୍ୟରେ ବେଆଇନ ଭାବେ ଅଶୋକ ସ୍ତମ୍ଭ ଲୋଗୋ ବ୍ୟବହାରକୁ ନେଇ ଏବେ କଡ଼ା ଆଭିଯାନ ଆରମ୍ଭ ହେବ। ରାଜ୍ୟ ମାନବାଧିକାର ଆୟୋଗ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, କୌଣସି NGO ସଂସ୍ଥା ତାଙ୍କର ଗାଡ଼ିରେ ଅଶୋକ ସ୍ତମ୍ଭ ଲୋଗୋ ବ୍ୟବହାର କରିପାରିବେନି।

ଆୟୋଗ ଜଣାଇଛନ୍ତି ଯେ, ଅଶୋକ ସ୍ତମ୍ଭ ଭାରତ ସରକାରଙ୍କ ଆଧିକାରିକ ପ୍ରତୀକ ଓ ଏହାକୁ ବେଆଇନ ଭାବେ ବ୍ୟବହାର କରିବା ଆଇନ ଉଲ୍ଲଂଘନ। ଏହା ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଥିବାରୁ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି।

ଏହି ସନ୍ଦର୍ଭରେ ରାଜ୍ୟ ପରିବହନ ବିଭାଗ ଓ ପୁଲିସ ଡିଜିଙ୍କୁ ଚିଠି ଲେଖି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ NGO ଗାଡ଼ିରେ ଏହି ଲୋଗୋ ବ୍ୟବହାର କରିବେ, ସେମାନଙ୍କ ବିରୋଧରେ ଆଇନଅନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରାଯିବ।

ଏହି ନିଷ୍ପତ୍ତି ଦ୍ୱାରା ସରକାରୀ ପ୍ରତୀକର ଦୁର୍ବ୍ୟବହାର ରୋକିବା ସହିତ ଆଇନର ପାଳନକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟ ରହିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.