ଝାରସୁଗୁଡା :
ଝାରସୁଗୁଡା ପୋଲିସ ଅପରେସନ୍ ନେତ୍ରା ଅଧୀନରେ ବଡ଼ ସଫଳତା ହାସଲ କରିଛି। ଅବୈଧ ଅସ୍ତ୍ର ଚଳାଚଳ ରୋକିବାକୁ ନିୟମିତ ପେଟ୍ରୋଲିଂ ସମୟରେ ପୋଲିସ ଗୁଣ୍ଟିଆପାଡା ପାଖରେ ଗୋଟିଏ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲେ। ପୋଲିସକୁ ଦେଖି ଅଭିଯୁକ୍ତ ପଳାଇବାକୁ ଚେଷ୍ଟା ପରେ ସେ ଧରାପଡ଼ିଥିଲେ।
ଗିରଫ ଅଭିଯୁକ୍ତ ହେଲେ ରାମ ସୋଙ୍କର ସିଂହ ଓରଫ ବିଟୁ (୨୧)। ତାଙ୍କ ନିକଟରୁ ଗୋଟିଏ ଦେଶୀ ପିଷ୍ଟଲ୍, ଗୋଟିଏ ଜୀବନ୍ତ ଗୁଳି ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ ହୋଇଛି। ପୋଲିସ ତାଙ୍କ ବିରୋଧରେ ଆର୍ମ୍ସ ଆକ୍ଟ ଅଧୀନରେ ମାମଲା ରଜୁ କରି ଆଦାଲତରେ ହାଜିର କରିଛି।
ଏହି ଘଟଣାରେ ଅନ୍ୟାନ୍ୟ ଅପରାଧ ସଂଯୋଗ ଓ ଅସ୍ତ୍ର ଆଣିବା ସ୍ତ୍ରୋତ ବିଷୟରେ ପୋଲିସ ତଦନ୍ତ ଜାରି ରଖିଛି।

