Type Here to Get Search Results !

ବିଜେଡିରୁ ମୁକ୍ତିକାନ୍ତ ଓ ମଞ୍ଜୁଲତା ସସ୍ପେଣ୍ଡ

 


ଭୁବନେଶ୍ୱର :

ବିଜୁ ଜନତା ଦଳରୁ ମୁକ୍ତିକାନ୍ତ ମଣ୍ଡଳ ଓ ମଞ୍ଜୁଲତା ମଣ୍ଡଳଙ୍କୁ ସସ୍ପେଣ୍ଡ କରାଯାଇଛି। ଦଳବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଥିବା ଦଳ ପକ୍ଷରୁ ସୂଚନା ମିଳିଛି। ଏନେଇ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଦଳର ଉପସଭାପତି ପ୍ରତାପ ଜେନା କହିଛନ୍ତି ଯେ, ଦଳୀୟ ଶିଷ୍ଟାଚାର ଭଙ୍ଗ ଓ ବିରୋଧୀ କାର୍ଯ୍ୟରେ ଜଡିତ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।



ଦଳ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ସସ୍ପେଣ୍ଡ କାର୍ଯ୍ୟକରୀ ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହା ସହିତ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଦଳୀୟ ନୀତି ଓ ଶିଷ୍ଟାଚାର ଉଲ୍ଲଂଘନ କରିବାକୁ କାହାରିକି ମାଫ କରାଯିବ ନାହିଁ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.