ପଦ୍ମପୁର :-
କେନ୍ଦୁପତ୍ର ତୋଳାଳୀ,ବନ୍ଧେଇ ଶ୍ରମିକ,ସିଜିନାଲ କର୍ମଚାରୀ ମାନଙ୍କୁ ୨୩ ବର୍ଷର ନବୀନ ପଟ୍ଟନାୟକ ସରକାର ବାରମ୍ବାର ଧୋକା ଦେଇ ଚାଳିଛି ବୋଲି ପଦ୍ମପୁର ଗୋରୁ ବଜାର ପଡିଆରେ ଅନୁଷ୍ଠିତ କେନ୍ଦୁପତ୍ର ଶ୍ରମିକ ମାନଙ୍କ ବିଶାଳ ସମାବେଶରେ ଯୋଗ ଦେଇ ବିଜେପି ର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମତବ୍ୟକ୍ତ କରିଛନ୍ତି । ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ,ପଦ୍ମପୁର ଡିଭିଜନ ର ଆହ୍ଵାନରେ ୯ ଦଫା ଦାବିକୁ ନେଇ ପଦ୍ମପୁର ଗୋରୁ ବଜାର ପଡିଆରେ ଏକ ବିଶାଳ ସମାବେଶ ସଂଘର ନେତା ଶ୍ରୀ କୋକିଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ପରେ ଏକ ଶୋଭାଯାତ୍ରାରେ ଗୋରୁବଜାର ରୁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୯ ଦଫା ଦାବିପତ୍ର ପ୍ରଦାନ କରା ଯାଇଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ କେନ୍ଦୁପତ୍ର ତୋଳାଳୀ,ଶ୍ରମିକ,ସିଜିନାଲ କର୍ମଚାରୀ ସାମିଲ ହୋଇଥିଲେ । ଗୋରୁବଜାର ପଡିଆରେ ଅନୁଷ୍ଠିତ ସମାବେଶରେ ମୁଖ୍ଯଅତିଥି ଭାବେ କେନ୍ଦୁପତ୍ର ଶ୍ରମିକ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଓଡିଶା ସରକାର କେନ୍ଦୁପତ୍ର ତୋଳାଳୀ,ସିଜିନାଲ କର୍ମଚାରୀ ମାନଙ୍କୁ ୨୩ ବର୍ଷର ଶାସନରେ ୨୩ ଥର ଧୋକା ଦେଇ ସାରିଲେଣି ବୋଲି ସମାଲୋଚନ କରିବା ସହ କେନ୍ଦୁପତ୍ର ଶ୍ରମିକ ମାନେ ଉଚିତ ସମୟରେ ନବୀନ ସରକାର କୁ ଉଚିତ ଜବାବ ଦେବେ ବୋଲି ପ୍ରକାଶ କରିଛନ୍ତି । ଉପ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆ ଯାଇଥିବା ୯ ଦଫା ଦାବୀ ମଧ୍ଯରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ଶତପ୍ରତିଶତ ବୋନସ ପ୍ରଦାନ ସହ ସିଜିନାଲ କର୍ମଚାରୀ ମାନଙ୍କୁ ୨୦ ପ୍ରତିଶତ ଇନସେନଟିଭ ଦେବା,ରାଜ୍ଯର ସମସ୍ତ ତୋଳାଳୀ ମାନଙ୍କୁ ଛାତ୍ର ବୃତ୍ତି ଓ ବିବାହ ସହାୟତା ୫୦ ହଜାର ଟଙ୍କା ଯୋଗାଇ ଦେବା,ସିଜିନାଲ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିବା,ବନ୍ଧେଇ ଶ୍ରମିକ ମାନଙ୍କ ମଜୁରୀ ଓ ମେଟ୍ କମିଶନ ବୃଦ୍ଧି କରିବା,ହେଡଚେକର ମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଚପରାସୀ ରୁ ବନ୍ଧେଇ ଚେକର ସମସ୍ତଙ୍କୁ ୧୨ ମାସ ନିଯୁକ୍ତି ଦେବା,ଗତ ୩ ୵ ୧ ୵ ୨୦୧୩ ମସିହାରେ ରେଢାଖ କେନ୍ଦୁପତ୍ର ଶ୍ରମିକ ସମାବେଶ ରେ ଓଡିଶାର ମୁଖ୍ଯମନ୍ତ୍ରୀ ଘୋଷଣା କରିଥିବା ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା,ୱାଚର ମାନଙ୍କ ବକେୟା ଦରମା ୨ କୋଟି ୩୪ ଲକ୍ଷ ଟଙ୍କାର ଯୋଗାଇ ଦେବା ଆଦି ଦାବିପତ୍ରରେ ଉଲ୍ଲେଖ ଅଛି । ଏହି ଶ୍ରମିକ ସମାବେଶରେ ବୋଡାସମ୍ବର ଜମିଦାର ତଥା ଜିଲ୍ଲାପରିଷଦ ସଦସ୍ଯ ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା,ମକରଧ୍ଵଜ ବଗାର,ଶ୍ରୀମତୀ ସରସ୍ଵତୀ ସାହୁ,ହେଡଚେକର ଶ୍ରୀ ସୁରେଶ ପଣ୍ତା, ୠଷଭ ପ୍ରଧାନ, ରଙ୍କମଣି ହୋତା, ନାରାୟଣ ପୋଢ, ଡୋଲେନ୍ଦ୍ର ସାହୁ,ପ୍ରଫୁଲ୍ଲ କୁମ୍ଭାର,ଶେଷଦେବ ଯୋଶୀ,ହଜାରୁ ପ୍ରଧାନ,କ୍ଷିତି ଭୂଷଣ,ସତ୍ଯବାନ ପ୍ରଧାନ,ମଧୁ ବେହେରା,ମହେନ୍ଦ୍ର ପ୍ରଧାନ,ନାରାୟଣ ସାହୁ,ରଘୁବୀର ସିଂ ବରିହା,ଚକାମନ ପ୍ରଧାନ,ତପନ ବରିହା,ହରେକୃଷ୍ଣ ବାଗ,କେନ୍ଦୁପତ୍ର ତୋଳାଳୀ ଶ୍ରୀମତୀ ସଖୀ ବରିହା,ସମୁନ ପ୍ରଧାନ,ରମ୍ଭା ପ୍ରଧାନ,ରୁକ୍ବିମଣି ବେଶ୍ରା,କ୍ରିଷ୍ଣା ବେହେରା,ନିଲାବତୀ ବରିହା ଆଦି ମଞ୍ଚାସୀନ ଥିଲେ ।ପଦ୍ମପୁର ରୁ ପ୍ରସନ୍ନମହାନନ୍ଦ ଙ୍କ ରିପୋର୍ଟ

