ଗଞ୍ଜାମ :
ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ ଏକ ବଡ ଖବର ଆସିଛି। ଟ୍ରେନରେ ଧୂଆଁ ବାହାରିବାରୁ ଷ୍ଟେସନ ନିକଟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବ୍ରହ୍ମପୁର ରେଳଷ୍ଟେସନ ନିକଟ ଲାଞ୍ଜିପଲୀ ଓଭରବ୍ରିଜ୍ ତଳେ ବିବେକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ଧୁଆଁ ବାହାରୁଛି।
ଦିବ୍ରୁଗଡ ଠାରୁ କନ୍ୟାକୁମାରୀ ଅଭିମୁଖେ ଯାଉଥିବା ଏହି ଟ୍ରେନରେ ଗୋଟିଏ ବଗିରେ ଧୂଆଁ ବାହାରିବାରୁ ଯାତ୍ରୀ ଭୟଭୀତ ହୋଇ ଟ୍ରେନରୁ ଓହ୍ଲାଇ ପଡିଛନ୍ତି। ଖବର ପାଇ ରେଳ ସୁରକ୍ଷା ବଳ ଓ ଅଗ୍ନି ନିରାପତ୍ତା କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଗଞ୍ଜାମ ରୁ ଆଶୀଷ ରାଓଙ୍କ ରିପୋର୍ଟ

