Type Here to Get Search Results !

ସକାଳ ବ୍ରହ୍ମପୁର ସଂସ୍କରଣର ସଂପାଦକ ଙ୍କ ପରଲୋକ


ଗଂଜାମ :-

ବ୍ରହ୍ମପୁର ସହରର ଜଣାସୁଣା ସାମ୍ବାଦିକ ତଥା ଦକ୍ଷିଣଓଡିଶା ସକାଳର ସଂପାଦକ ଡକ୍ଟର ଜଗନମୋ ହନ ମହାପାତ୍ର (ଜିତୁ)(୫୮)ଙ୍କ ଆଜି ସକାଳେ ବ୍ରହ୍ମପୁରବଡ ଡାକ୍ତରଖାନା ରେ ପରଲୋକ ହୋଇଯାଇଛି।ସେ ହଠାତ ଅସୁସ୍ଥ ହେବାରୁ ତାକୁଂ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତିକରାଯାଇଥିଲା। ତେବେ ସକାଳ ସାଢେଦଶଟା। ବେଳେ ହୃଦଘାତରେ ତାଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ବ୍ରହ୍ମପୁର ସହରରେ ଶୋକର ଛାୟା ଖେଳିଯାଇଛି। ମରଶରୀର ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ଜଗନଙ୍କ ପରଲୋକରେ ଗଂଜାମ ଜିଲା ଓୟୁବଡଲ୍ଯୁଜେ ସଭାପତି ତଥା ଦୈନିକ ଅନେକ ସୂଚନା ବ୍ରହ୍ମପୁର ସଂସ୍କରଣର ସଂପାଦକ ଡାକ୍ତର ହୃଷୀ କେଶ ମହାନ୍ତି,ଉପସଭାପତି ସଚ୍ଚିଦାନଂଦ ନାୟକ,କାର୍ଯ୍ଯକାରୀ ସଭାପତି ରାମ ପ୍ରସାଦ। ସାମଲ, ସଂପାଦକ ରାଜେଶ କୁମାର ପଟ୍ଟନାୟକ, ସହସଂପାଦକ ଡି ପର୍ଶୁରାମ, ହରେକୃଷ୍ଣ ମହାନ୍ତି, ଉପସଭାପତି ବିଚିତ୍ରାନଂଦ ମୁନୀ,ଉପଦେଷ୍ଟା ପି ପ୍ରସାଦ ରାଓ ଏବଂ ରାଜେନ୍ଦ୍ର ଦଳବେହରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଆତ୍ମାର। ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ। ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ବ୍ରହ୍ମପୁର ରୁ ଆଶିଷ ରାଓ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.