ଝାରସୁଗୁଡ଼ା :-
ଆଜି ସରବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ "ଉତ୍କଳ ଦିବସ" ପାଳିତ ହୋଇଯାଇଛି । ଆୟୋଜିତ ଏହି ଦିବସରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ. ସରୋଜ କୁଅଁର, ସମ୍ପାଦକ ସୁବ୍ରତ ତ୍ରିପାଠୀ, ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ଦାଶ ପ୍ରମୁଖ ଉପସ୍ଥିତ ରହି ଓଡିଆ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅତୁଳନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ପଟେଲ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ଆଜିର ଅବମୁଖୀ ସମାଜରେ ମଧୁବାବୁଙ୍କ ନିଃସ୍ବାର୍ଥପରତା,ସେବା ଓ ତ୍ୟାଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗରୁମା "ବନ୍ଦେ ଉତ୍କଳ ଜନନୀ" ଗାନ କରିଥିଲେ । ମମତା ଦାସ ଗୁରୁମା "ମଧୁବାବୁଙ୍କ" ଜୀବନୀ କହିବା ସହିତ ଦୀପ୍ତିମୟୀ ମହାପାତ୍ର, ସୁଭଦ୍ରା ପରିଡା, ସଂଯୁକ୍ତା ମେହେର, ମିନାକ୍ଷୀ ପଣ୍ଡା, ଇତିଶ୍ରୀ କଲେଶ୍ଵର ସମେତ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସରିତା ପଣ୍ଡା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ

