Type Here to Get Search Results !

କେନାଲ କୁ ବୋଲେରୋ ଗାଡି ଖସି ୬ ମୃତ,୪ ଆହତ

 


ସମ୍ବଲପୁର / ଝାରସୁଗୁଡ଼ା :-

ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ର ଶାସନ କେନାଲ ରେ ବରଯାତ୍ରୀ ଗାଡି ଖସି ପଡିବାରୁ ୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବାବେଳେ ୪ ଜଣ ଆହତ ସମ୍ବଲପୁର ହସ୍ପିଟାଲରେ ଚିକିତ୍ସାଧୀନ । ଗାଡି ରେ ଥିବା ଆଉ ଜଣେ ଯାତ୍ରୀଙ୍କ ପତ୍ତା ମିଳୁନି ।ଗତକାଲି ଝାରସୁଗୁଡା ଜିଲ୍ଲା ବଡ଼ଧରା ଗାଁ ରୁ ସମ୍ବଲପୁର ଜିଲ୍ଲା ପରମାଣପୁର ଅଞ୍ଚଳ କୁ ବରାଯାତ୍ରୀ ଦଳ ଯାଇଥିଲେ । ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟି ୬ଜଣଙ୍କ ଅକାଳ ବିୟୋଗ ଘଟିଛି । ମୃତକ ହେଲେ ଅଜିତ ଖମାରି, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବ୍ରତ ଭୋଇ, ରମାକାନ୍ତ ଭୂୟାଁ । ଅନ୍ୟପଟେ ଶାସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନାଲ ରୁ ବୋଲେରୋ ଗାଡି ଉଦ୍ଧାର କରି ତଦନ୍ତ ଚଳାଇଛି । 

ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.