ଝାରସୁଗୁଡ଼ା :-
ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ। ତାଙ୍କ ସ୍ଥାନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରବନେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି। ଆଜି ଓଡିଶା ସରକାର ଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ପତ୍ର ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ନୂତନ ଜିଲ୍ଲାପାଳ ଅବୋଲି ଆଇଏଏସ ୨୦୧୬ ବ୍ୟାଚ ର ଅଟନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ସେ ଅନେକ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ତେବେ ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲ ଙ୍କୁ କେଉଁଠାରେ ଅବସ୍ଥିତ କରାଯିବ ସେ ନେଇ କୌଣସି ସୂଚନା ଆସିନାହିଁ। ବ୍ୟୁରୋ ରିପୋର୍ଟ

