Type Here to Get Search Results !

କଙ୍କଡ଼ାପାଟ ବୈତରଣୀ ନଦୀ କୂଳରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ପରିଚୟ ମିଳିଲା: ପରିବାର ତରଫରୁ ଚମ୍ପୁଆ ଥାନା ରେ ଅଭିଯୋଗ: କାରଣ ଅସ୍ପଷ୍ଟ

ଚମ୍ପୁଆ :-

ଗତ କାଲି ଚମ୍ପୁଆ ଥାନା ଅନ୍ତର୍ଗତ କଙ୍କଡାପାଟ ବୈତରଣୀ କୂଳରୁ ଉଦ୍ଧାର ହୋଇଥିବା ମୃତ ଯୁବତୀଙ୍କ ପରିଚୟ ମିଳିଛି। ମୃତ ଯୁବତୀ ଜଣକ ଝାଡ଼ଖଣ୍ଡ ଜଗନ୍ନାଥପୁର ଅନ୍ତର୍ଗତ ସିଆଲଯୋଡା ପଞ୍ଚାୟତ ତୁଳସାହିଟୋଲା ଗ୍ରାମର ଓବିନ ବବଙ୍ଗା ଙ୍କ ଝିଅ ଆରତି ବବଙ୍ଗା ବୋଲି ଜଣା ପଡିଛି । ଆରତିଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ଗତ ୨ ଦିନ ହେବ ଏକ ଫୋନ କଲ୍ ପାଇ ସେ ଘରୁ ନିଖୋଜ ରହିଥିବା କଥା ଆଲୋଚନା ହେଉଥିବା ବେଳେ ମୃତକଙ୍କ  ବାପା ଚମ୍ପୁଆ ଥାନା ରେ ଏକ ଅଭିଯୋଗ କରିଥିବା ଜଣା ପଡ଼ିଛି। ସୂଚନାଯୋଗ୍ୟ କି କାଲି ଚମ୍ପୁଆ ଥାନା ଅନ୍ତର୍ଗତ କଙ୍କଡାପାଟ ବୈତରଣୀ ଘାଟ ରୁ ବେକ ରେ କଟା ଦାଗ ଥାଇ ଓ ଅଣ୍ଟା ରେ ପଥର ବନ୍ଧା ଥାଇ ଏକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଅଳଙ୍ଗାପାଳ ଅଞ୍ଚଳ ର କିଛି ଯୁବକ ମାଛ ମାରୁଥିବା ବେଳେ ଯୁବତୀଙ୍କ ମୃତ ଦେହ ଭାସୁଥିବା ଦେଖି ସେମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପୋଲିସ କୁ ସୂଚନା ଦେବା ପରେ  ଚମ୍ପୁଆ ପୋଲିସ ଅଗ୍ନିଶମ ବିଭାଗ  ସହାୟତା ରେ ଯୁବତୀ ଙ୍କ ଶବ କୁ ଉଦ୍ଧାର କରିଥିଲେ। ତେବେ ସୋସିଆଲ ମେଡିଆ ରେ ଏ ଖବର ଜାଣିବା ପରେ ମୃତ ଯୁବତୀଙ୍କ ବାପା ଚମ୍ପୁଆ ଥାନା ରେ ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଥିବା ବେଳେ ଚମ୍ପୁଆ ପୋଲିସ ମୃତ ଯୁବତୀଙ୍କ ଶବ କୁ କେନ୍ଦୁଝର ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି। ତେବେ ମୃତ୍ୟୁ ର କାରଣ ଏଯାଏଁ ଅସ୍ପଷ୍ଟ ଥିବା ବେଳେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି।


କେନ୍ଦୁଝର ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ 

Post a Comment

1 Comments
* Please Don't Spam Here. All the Comments are Reviewed by Admin.