Type Here to Get Search Results !

ନରମି ମୁଣ୍ଡ ନୂଆଁଇଲେ ସରକାର, ତିନିମାସ ମହଲତ ମାଗିଲେ ODM ଙ୍କୁ

 


ଭୁବନେଶ୍ୱର :-

ଓଡ଼ିଶା ଡ୍ରାଇଭର ମହାସଂଘ ଓ ଡ୍ରାଇଭର ଏକତା ମଞ୍ଚପକ୍ଷରୁ ହେଉଥିବା ଅନିର୍ଦ୍ଦିଷ୍ଟ କାଳପାଇଁ ଷ୍ଟିୟରିଂ ବନ୍ଦ ଡାକରା ସାମ୍ନାରେ ଶେଷରେ ମୁଣ୍ଡ ନୂଆଁଇଲେ ରାଜ୍ୟ ସରକାର। ୩ ମାସ ମହଲତ ଦେବାକୁ କଲେ ଅନୁରୋଧ।



ଗତ ଦୁଇଦିନ ଧରି ଓଡ଼ିଶା ଡ୍ରାଇଭର ମହାସଂଘ ଓ ଡ୍ରାଇଭର ଏକତା ମଞ୍ଚପକ୍ଷରୁ ହେଉଥିବା ଅନିର୍ଦ୍ଦିଷ୍ଟ କାଳପାଇଁ ଷ୍ଟିୟରିଂ ବନ୍ଦ ଡାକରା ଦ୍ଵାରା ରାଜ୍ୟ ସରକାରଙ୍କ ମନରେ ଛନକା ପଶିଯାଇଛି। ବିଭିନ୍ନ ପ୍ରକାରର ଭୟ, ପ୍ରଲୋଭନ ଦେଖାଇ ଷ୍ଟିୟରିଂ ବନ୍ଦ କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ସରକାର, କିନ୍ତୁ ଡ୍ରାଇଭର ସଂଘ ଏଥିରେ ଭୟଭୀତ ହୋଇ ନଥିଲେ। ଓଲଟି ଦ୍ଵିତୀୟ ଦିନ ରେ ଆହୁରି ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ ରାଜ୍ୟ ସରକାର। ଅନ୍ୟପଟେ ଆବଶ୍ୟକୀୟ ଜିନିଷ ଲୋକଙ୍କ ପାଖରେ ପହଞ୍ଚେଇବାରେ ଅସଫଳ ହୋଇଥିଲେ। ଏହାପରେ ଡ୍ରାଇଭର ମାନଙ୍କ ଆଗରେ ୩ ମାସ ମହଲତ ମାଗିଛନ୍ତି ରାଜ୍ୟ ସରକାର। ତିନିମାସ ମଧ୍ୟରେ ୧୦ ଗୋଟି ଦିଆଯାଇଥିବା ଦାବି କୁ ପୂରଣ କରିବା ପାଇଁ ଆଲୋଚନା କରିବା ପାଇଁ ଆଜି ଶେଷରେ ପତ୍ର ମାଧ୍ୟମରେ ଡ୍ରାଇଭର ସଂଘ କୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.