Type Here to Get Search Results !

ରିମୁଳି ୫୨୦ ଜାତୀୟ ରାଜପଥ ରେ ଟ୍ରକ ଡ୍ରାଇଭରଙ୍କ ମାନମାନି: ଅନ୍ୟ ପାଇଁ ସୃଷ୍ଟି କରୁଛନ୍ତି ବିପଦ

ଚମ୍ପୁଆ :-

 ଚମ୍ପୁଆ ବ୍ଲକ ରିମୁଳି ଠାରେ ଥିବା ୫୨୦ ନଂ ଜାତୀୟ ରାଜପଥ ବାଇପାସରେ ଟ୍ରକ ଡ୍ରାଇଭର ମାନଙ୍କ ମନମାନି। ଟ୍ରକ ଚଳାଚଳ କୁ ନିୟନ୍ତ୍ରଣ ଦାୟିତ୍ଵରେ  ଥିବା ସୁରକ୍ଷା କର୍ମୀ ଙ୍କୁ କରୁନାହାଁନ୍ତି ଭୃକ୍ଷେପ। ଅନ୍ୟ ବାଇକ ଚାଳକ ଓ ଚାରିଚକିଆ ଗାଡ଼ି ଚାଳକ ମାନଙ୍କପ୍ରତି ସୃଷ୍ଟି କରୁଛନ୍ତି ବିପଦ। ସୂଚନାଯୋଗ୍ୟ କି ରିମୁଳି ମଧ୍ୟ ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥ ରେ ଦୈନିକ ହଜାର ହଜାର  ଟ୍ରକ ନିକଟତମ ଖଣି ଓ କାରଖାନା ରୁ ବୋଝେଇ ହୋଇ ବିଭିନ୍ନ ସ୍ଥାନ କୁ ଯାଉଥିବା ବେଳେ ସମସ୍ତ ଟ୍ରକ ରିମୁଳି ଠାରେ ଥିବା ୫୨୦ ନଂ ଜାତୀୟ ରାଜପଥ ବାଇପାସ୍ ଠାରେ ଆସି ପହଞ୍ଚିବାପରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ନିଜ ଗତିପଥ ପରିବର୍ତନ କରନ୍ତି। ଏହି ବାଇପାସ୍ ଛକ ଦେଇ ୫୨୦ ନଂ ଏବଂ ୨୦ ନଂ ଜାତୀୟରାଜପଥ ଯାଇଥିବାରୁ  ଯାନବାହାନ ଚଳାଚଳ ଦିଗରୁ ଏହି ସ୍ଥାନ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ  ସମ୍ବେଦନଶିଳ ମଧ୍ୟ। ଏହି ଛକ ଦେଇ ଦୈନିକ ହଜାର ହଜାର ଟ୍ରକ ଚଳାଚଳ କରୁଥିବା ବେଳେ ଅନେକ ସାଧାରଣ ଲୋକ ବାଇକ ଓ ଚାରିଚକିଆ ଯାନ ଦ୍ଵାରା ନିଜ କର୍ମକ୍ଷେତ୍ରକୁ ଯିବା ଆସିବା କରନ୍ତି। ତେଣୁ ଟିକିଏ ଅସାବଧାନ ହେଲେ ଏଠାରେ ଦୁର୍ଘଟଣା ହେବା ଏକ ସ୍ୱାଭାବିକ ଘଟଣା। ବିଗତ ଦିନରେ ଅସାବଧାନତା ଯୋଗୁଁ ଏହି ଛକ ନିକଟରେ ଅନେକ ଗୁଡ଼ିଏ ଦୁର୍ଘଟଣା ହେବା ସହିତ ଅନେକ ଧନ ଜୀବନ ହାନୀ ହୋଇଛି। ତେଣୁ ଏହି ଛକ ଠାରେ ଟ୍ରକ ଗୁଡ଼ିକର ଚଳାଚଳ କୁ ନିୟନ୍ତ୍ରଣ କରିବା ପାଇଁ ଚମ୍ପୁଆ ପୋଲିସ ପକ୍ଷରୁ ଏହି ଛକଠାରେ ଜଣେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ନୋ ଏଣ୍ଟ୍ରି ସମୟରେ ଟ୍ରକ ଗୁଡ଼ିକୁ ରାସ୍ତା ର ବାମ ପାର୍ଶ୍ଵ ରେ ଛିଡା କରାଇ ସମୟ ଅନୁସାରେ ଟ୍ରକ ଗୁଡ଼ିକୁ ଛାଡିବାକୁ ଏହି ସୁରକ୍ଷାକର୍ମୀ ମାନଙ୍କୁ ଦାୟିତ୍ଵ ଦିଆଯାଇଛି   କିନ୍ତୁ କିଛି ବେପାରୁଆ ଓ ଦାୟିତ୍ବହୀନ ଟ୍ରକ ଡ୍ରାଇଭର ଏହି ସୁରକ୍ଷାକର୍ମୀଙ୍କ କଥା  ଭ୍ରୁକ୍ଷେପ ନକରି ଏହି ଛକ ଠାରେ ଡାହାଣ ପାର୍ଶ୍ଵ ରେ ଟ୍ରକ ଛିଡା କରିବା ଦ୍ୱାରା ଏହି ଛକ ଠାରେ ଏକ ବିପଦଜନକ   ପରିସ୍ଥିତି ଦେଖା ଯାଉଛି। ଏହାଦ୍ବାରା ବିପରୀତ ଦିଗରୁ ଆସୁଥିବା ଯାନବାହାନକୁ ବାଇକ ଆରୋହୀ ଓ ଚାରିଚକିଆ ଗାଡ଼ି ଚାଳକ ଦେଖି ପାରିବାରେ ଅସୁବିଧା ସୃଷ୍ଟି ହେଉଥିବାରୁ  ଏଠାରେ ଦୁର୍ଘଟଣା ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି। ତେଣୁ ଚମ୍ପୁଆ ପୋଲିସ ଓ ଚମ୍ପୁଆ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି।


କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.