Type Here to Get Search Results !

୨୨ କିଲୋ ଗଂଜେଇ ଜବତ, କୁନ୍ଦେଇ ପୋଲିସ ଦ୍ୱାରା ଜଣେ ଗିରଫ

ରାଇଘର :-

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲଜ କୁନ୍ଦେଇ ଥାନା ହାଟଭରଣ୍ଡି ମୁଖ୍ୟ ରାସ୍ତା ଉପରେ ଥିବା ବସ ଷ୍ଟାଣ୍ଡ ନିକଟରୁ କୁନ୍ଦେଇ ପୋଲିସ ୨୨ କିଲୋ ଗଞ୍ଜେଇ ସହ ଜଣ କୁ ଗିରଫ କରିବାରେ ସଫଳ ହୋଇଛି |ପ୍ରାପ୍ତ ସୂଚନା ଅନୁଯାୟୀ ଦିନ ପ୍ରାୟ ୩ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି ପହଞ୍ଚି ଥିଲେ ହାଟଭରଣ୍ଡି ଠାରେ ସେଠାରେ ଜଣେ ବ୍ୟକ୍ତି ଏକା ଠିଆ ହୋଇଥିବା ଦେଖିବାକୁ ପାଇଥିଲେ ଏବଂ ସେହି ବ୍ୟକ୍ତି ଙ୍କ ହାତରେ ଦୁଇଟି ବ୍ୟାଗ ଥିବା ଦେଖିଥିଲେ |ପାଇଥିବା ଖବର ଅନୁଯାୟୀ ସନ୍ଦେହ ରେ ବ୍ୟାଗ ଦୁଇଟି ଚେକ କରିଥିଲେ |ବ୍ୟାଗ ଭିତରେ ଗଞ୍ଜେଇ ଥିବା ଦେଖି ବ୍ୟକ୍ତି ଜଣକୁ ଗିରଫ କରିଥିଲା ପୋଲିସ |ପ୍ରକାଶ ଥାଉକି ଗିରଫ ବ୍ୟକ୍ତିଙ୍କ ପରିଚୟ ବିହାର ରାଜ୍ୟ ସାରୋନ ଜିଲ୍ଲା ଅବତାର ନଗର ଥାନା ଅଧିନ ରେ ଥିବା ହାରାଜି ଗ୍ରାମର ଇନ୍ଦ୍ରଜିତ କୁମାର (୨୧ )ବୋଲି ଜଣା ପଡିବା ସହ ବର୍ତମାନ ସେ ଦିଲ୍ଲୀ ରେ ରହୁଥିବା ପୋଲିସ ପ୍ରକାଶ କରିଛି |ଏହାକୁ ନେଇ କୁନ୍ଦେଇ ଥାନା କେଶ ନଂ ୩୨ /୨୩ ରେ ମାମଲା ରୁଜୁ କରି ମାଜିଷ୍ଟ୍ରେଟ ଙ୍କ ସାମ୍ନାରେ ସିଜ ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ନବରଙ୍ଗପୁର ରୁ ଗୋବିନ୍ଦ ଵିଶ୍ଵାସ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.