Type Here to Get Search Results !

ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା: ମୂଲ ଲାଗି ବିତୁଛି ଜୀବନ

 


ଚମ୍ପୁଆ :- 

ମହିଳାଙ୍କ ବୟସ ୬୫ ବର୍ଷ ହୋଇଥିବା ବେଳେ ସ୍ବାମୀଙ୍କ ବୟସ ୭୦ ବର୍ଷ। ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବଡ ଝିଅ ବାହା ହୋଇ ସ୍ବାମୀ ଘରେ ରହୁଛି। ଘର ଚଳାଇବାକୁ ସ୍ବାମୀ ବାୟସାଧିକ୍ୟ ଯୋଗୁଁ ଅକ୍ଷମ। ପର ଘରେ ମୂଲ ଲାଗିଲେ ପେଟକୁ ମୁଠେ ଦାନା ମିଳେ। ଏପରି ଅବସ୍ଥାରେ ରେ ଜୀବନ ବିତାଉଛନ୍ତି ଚମ୍ପୁଆ ଏନଏସି ୱାର୍ଡ  ନଂ ୧ ଗୋଧୂଳି ଗ୍ରାମର ଗୌତମ ନାଏକ ଙ୍କ ସ୍ତ୍ରୀ ସାଇବାଣୀ ନାଏକ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ଚମ୍ପୁଆ ଏନଏସି ଦୌଡ଼ି ଦୌଡ଼ି ବୟସ ଗଡି ଚାଲିଛି କିନ୍ତୁ ସେ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ସକ୍ଷମ ହୋଇ ପାରିଲେ ନାହିଁ। ସୂଚନାଯୋଗ୍ୟ କି ସାଇବାଣୀ ଙ୍କ ଦୁଇ ଝିଅ ଙ୍କ ମଧ୍ୟରୁ ବଡ଼ ଝିଅ ବିବାହ କରି ସ୍ବାମୀ ପାଖରେ ଥିବା ବେଳେ ଅନ୍ୟ ଝିଅର କିଛି ଦିନ ପୂର୍ବରୁ ଦେହାନ୍ତ ହୋଇ ସାରିଛି। ସ୍ବାମୀ ଗୌତମ ବାୟସାଧିକ୍ୟ ଯୋଗୁଁ କାମକରି ପାରୁ ନଥିବାରୁ ପେଟକୁ ମୁଠେ ଦାନା ଦେବା ପାଇଁ ଏହି ପରିଣତ ବୟସରେ ସାଇବାଣୀ ପର ଘରେ ମୂଲ ଲାଗିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ସବୁଦିନ କାମ ମିଳୁ ନ ଥିବା ଯୋଗୁଁ ସାଇବାଣୀ ଚମ୍ପୁଆ ଏନଏସି ରେ ଫେବରବ୍ଲକ ବିଛାଉଥିବା ରାଜମିସ୍ତ୍ରୀ ସହିତ କାମ କରି ନିଜ ପେଟକୁ ଦାନ ଯୋଗାଡ କରୁଥିବା ବେଳେ ତାଙ୍କ ପ୍ରତି ଚମ୍ପୁଆ ଏନଏସି କର୍ତୃପକ୍ଷଙ୍କ କୃପାଦୃଷ୍ଟି କେବେ ପଡ଼ିବ ତାହା ଦେଖିବା ବାକି ରହିଲା।

କେନ୍ଦୁଝର ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.