Type Here to Get Search Results !

ବେଦାନ୍ତ ଟାଉନ ସିପ ରେ ପୁଣି ଜଣେ ଯୁବତୀ ଙ୍କ ଆତ୍ମହତ୍ୟା

 


ଝାରସୁଗୁଡ଼ା :-

ଗତ ଜାନୁଆରୀ ୨୩ ତାରିଖରେ ବେଦାନ୍ତ ଟାଉନସିପ ରେ ଜଣେ ଯୁବତୀ ଶ୍ରୁତି ସାଗରିକା ସାହୁ ଆତ୍ମହତ୍ୟା କରିଥିବା ବେଳେ ଆଜି ଆଉ ଜଣେ ଯୁବତୀ ଫେନ୍ ରେ ରଶି ଲଗେଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀ ଜଣକ ହେଉଛନ୍ତି ଚନ୍ଦ୍ରକଳା ସାହୁ ଏବଂ ସେ ଛତିଶଗଡ ଅଞ୍ଚଳର ବୋଲି ଜଣାପଡିଛି। ମୃତକ ଙ୍କ ନିକଟରୁ ବଡ଼ମାଳ ପୋଲିସ ଏକ ସୁଇ ସାଇଡ ନୋଟ ଜବତ କରିଛି। ତେବେ ଏ ପର୍ଯ୍ୟନ୍ତ ମୃତ୍ୟୁ ର କାରଣ ଜଣା ପଡ଼ିନାହିଁ।

ମୃତ ଯୁବତୀ ଜଣକ ପ୍ରାୟ ୬ ବର୍ଷ ହେବ ବେଦାନ୍ତ ଆଲୁମିନା, ଝାରସୁଗୁଡ଼ା  ରେ କାର୍ଯ୍ୟରତ ଥିଲେ। ତେବେ ଖବର ପାଇଁ ବଡ଼ମାଳ ପୋଲିସ ମୃତ ଯୁବତୀଙ୍କ କ୍ୱାର୍ଟର ରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.