Type Here to Get Search Results !

ପୁଣି ଆସିବେ ମାଁ ବୁଢ଼ୀ ଠାକୁରାଣୀ

 


ବ୍ରହ୍ମପୁର :-

ପୁଣି ଲାଗିବ ଭିଡ। ପୁଣି ନିଜ ମନ୍ଦିରକୁ ଆସ୍ଥାନ ରୁ ଉଠି ଆସିବେ ମାଁ ବୁଢ଼ୀ ଠାକୁରାଣୀ। ଝିଅ ହୋଇ ବାପା ଘର ଯିବେ । ଏକ ମାସ ଧରି ଚାଲିବ ବୁଢ଼ୀ ଠାକୁରାଣୀ ଯାତ୍ରା। ପୁଣି ବ୍ରହ୍ମପୁର ସହର ହେବ ଚଳ ଚଞ୍ଚଳ। 

ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଏପ୍ରିଲ ୨୪ ପର୍ଯ୍ୟନ୍ତ ହେବ ବ୍ରହ୍ମପୁର ପ୍ରସିଦ୍ଧ ବୁଢୀ ଠାକୁରଣୀ ଯାତ୍ରା। ଏବେଠାରୁ ଏ ନେଇ ସହର ହେଲାଣି ଚଳଚଞ୍ଚଳ। ମାନବ ଲୀଳା କରିବେ ପୁଣି ମାଁ ବୁଢ଼ୀ ଠାକୁରାଣୀ। ଝିଅ ଯେପରି ବାପା ଘର ଯାଇଥାଏ ସେହିଭଳି ମାଁ ବି ନିଜ ମନ୍ଦିର ଛାଡ଼ି ବାପା ଘର ଯିବେ। ଏବର୍ଷ ମଧ୍ୟ ଯାକ ଜମକ ରେ ଯାତ୍ରା ଅନୁଷ୍ଠିତ କରିବା ପାଇଁ ପ୍ରସ୍ତୁତି ହେଲେଣି ବୁଢ଼ୀ ଠାକୁରାଣୀ ଯାତ୍ରା କମିଟି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.