Type Here to Get Search Results !

୫୫ ନମ୍ୱର ଜାତୀୟ ରାଜପଥ କାର୍ଯ୍ୟ ତରାନ୍ଵିତ କରିବାକୁ ନବୀନ ଲେଖିଲେ ଗଡକରିଙ୍କୁ ପତ୍ର

 


ଭୁବନେଶ୍ୱର :-

ଗତ ପାଞ୍ଚ ବର୍ଷ ପରେ ବି ସରୁନି ସଡ଼କ ନିର୍ମାଣ। ଅସୁବିଧାରେ ପଶ୍ଚିମ ଓଡ଼ିଶାବାସୀ। କଟକ - ଅନୁଗୁଳ - ସମ୍ବଲପୁର ରାସ୍ତା ନିର୍ମାଣ କରନ୍ତୁ ଶୀଘ୍ର। ଏଭଳି ଚିଠି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲେଖାଯାଇଛି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି ଙ୍କୁ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ନମ୍ୱର୍ ୫୫ ପାଇଁ ଅଛି |

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଠାରୁ ଏହି ସଡ଼କ କାର୍ଯ୍ୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କରାଯାଉଛି। ୫ ବର୍ଷ ପରେ ମଧ୍ୟ କାମ ଚାଲିଛି ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏନେଇ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ କରିବା ପାଇଁ ସେ ଚିଠି ମାଧ୍ୟମରେ ଗଡକରୀ ଙ୍କୁ ଅନୁରୋଧ କରୁଛନ୍ତି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.