Type Here to Get Search Results !

ଝାରସୁଗୁଡ଼ା ଉନିର୍ବାଚନର ତାରିଖ ଘୋଷଣା



ଝାରସୁଗୁଡ଼ା :-
ବହୁ ଦିନ ପରେ ପୁଣି ବାଜିବ ନେତାଙ୍କ ଜୟକାର, ବୁଲିବ ପ୍ରଚାର ଗାଡ଼ି ଏବଂ ପୁଣି ନେତାଙ୍କ ଦ୍ଵାରା ଘର ଘର ବୁଲି ହେବ ଭୋଟ ଭିକ୍ଷା। ଆସନ୍ତା ମେ ମାସ ୧୦ ତାରିଖରେ ହେବ ବହୁ ପ୍ରତିକ୍ଷୀତ ଝାରସୁଗୁଡ଼ା ଉପ ନିର୍ବାଚନ। ମନ୍ତ୍ରୀ ସ୍ବର୍ଗତ ନବ ଦାସ୍ ଙ୍କ ନିଧନ ପାରେ ଶେଷରେ ନିର୍ବାଚନ କମିଶନ ଙ୍କ ପକ୍ଷରୁ ଏହି ଘୋଷଣା କରା ଯାଇଛି। 
ଆସନ୍ତା ଏପ୍ରିଲ ୨୦ ତାରିଖରେ ନାମାଙ୍କନ ପୂରଣର ଶେଷ ତାରିଖ ହୋଇଥିବା ବେଳେ,ନାମାଙ୍କନ ୱିଥଡ୍ର କରିବା ଶେଷ ତାରିଖ ଏପ୍ରିଲ ୨୪ ତାରିଖ ରଖିଛନ୍ତି ନିର୍ବାଚନ କମିଶନ। ମେ ମାସ ୧୦ ତାରିଖରେ ନିର୍ବାଚନ କରାଯିବା ସହ ମେ ୧୩ ତାରିଖରେ ଗଣତି ତାରିଖ ଘୋଷଣା କରାଯାଇଛି। ତେବେ ଘୋଷଣା ପୂର୍ବରୁ ହିଁ ଏଠି ବିଜେପି ବିଜେଡି ନିଜ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ଆଗାମୀ ନିର୍ବାଚନ ରେ କାହାକୁ ଜନତା ନିଜ ନେତା ରୂପେ ଦେଖିବାକୁ ଯାଉଛନ୍ତି ତାହା ନିଶ୍ଚୟ ଭବିଷ୍ୟତ ହିଁ କହିବ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.