ଝାରସୁଗୁଡ଼ା :-
କଲିକତା ସ୍ଥିତ ଦମଦମ୍ ଠାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସ୍ତରୀୟ କାନସିନକାଇ ଫ୍ରେଣ୍ଡସିପ୍ କପ୍ ୨୦୨୩ କରାଟେ ପ୍ରତିଯୋଗିତା।ଏହି ପ୍ରତିଯୋଗିତା ରେ ଭାଗ ନେବାକୁ ଝାରସୁଗୁଡ଼ା ଜିଲ୍ଲାର ଏକ ଟିମ୍ କୋଚ ରବି କୁମାର ଙ୍କ ନେତୃତ୍ବରେ କଲିକତା ଯାଇଥିଲେ। ତେବେ ଏହି ପ୍ରତି ଯୋଗିତା ରେ ଝାରସୁଗୁଡ଼ା ଅପର୍ଣ୍ଣା ୱାର୍ଲ୍ଡ ସ୍କୁଲ୍ ର ୧୧ ଜଣ ଏବଂ ଝାରସୁଗୁଡ଼ା ଟେଲେଣ୍ଟ ହବ୍ ରୁ ୭ ଜଣ ମୋଟ 18 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କରାଟେ ପ୍ରତିଯୋଗିତାରେ ଦୁଇ ଟି ଇଭେଣ୍ଟ ହୋଇଥାଏ ଗୋଟିଏ ଯାହା ପ୍ରାଥମିକ ସ୍ତରରେ ହୁଏ ତାହା ହେଉଛି କାଟା ଏବଂ ଦ୍ଵିତୀୟ ଟି କୁମିଟ୍ । ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଭାଗ ନେଇ ବେଶ୍ ଉତ୍ସାହିତ ଥିଲେ । ରାଜ୍ୟ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତା ରେ ଏହି ଛାତ୍ରଛାତ୍ରୀ ମାନେ ଜିଲ୍ଲାର ପ୍ରତିନିଧିତ୍ଵ କରିଥିଲେ । ପ୍ରତିଯୋଗୀ ମାନେ ପ୍ରତିଯୋଗିତା କୁ ନେଇ ଉତ୍ସାହିତ ଥିବା ବେଳେ ପ୍ରତିଯୋଗିତାରେ କୃତ କାର୍ଯ୍ୟ ମଧ୍ୟ ହୋଇଛନ୍ତି । ନିକିତା କାଟା ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ହାସଲ କରିଥିବା ବେଳେ ରେୟାନ୍ ମଧ୍ୟ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଯତୀନ କାଲୋ ମଧ୍ୟ କାଟା ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ହାସଲ କରି ଥିବା ବେଳେ ରୁବି ୟାଦବ୍, କିରନ୍ ପ୍ରଧବ୍, ଅଙ୍କିତ ମେହେର, ସାନଭି ନାଏକ, ତାନ୍ୟା ୟାଦବ ଏବଂ ରାଘବ ସିଂହାନିଆ ମଧ୍ୟ କାଟା ପ୍ରତିଯୋଗିତା ରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଅନ୍ୟପଟେ ଇଶାନ, ଅସ୍ମିତ ବେହୁରା ଏବଂ ପାୟଲ ବନଛୁର୍ ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରତିଯୋଗୀ ମାନେ ଏହି ପ୍ରତିଯୋଗିତାରେ ସଫଳ ହୋଇ ବହୁତ୍ ଖୁସି ଅଛନ୍ତି । ବ୍ୟୁରୋ ରିପୋର୍ଟ

