Type Here to Get Search Results !

କବିତା ସଙ୍କଳନ " କେତେ କଣ୍ଟା କେତେ ଫୁଲ" ଉନ୍ମୋଚିତ

 


ଭଦ୍ରକ :-

ଭଦ୍ରକ ପୂଜ୍ୟ ପୂଜା ସଂସଦ ଦ୍ଵାରା ପ୍ରକାଶିତ କବି ଡ଼ ହରିହର ନାୟକଙ୍କ ର ସପ୍ତମ କବିତା ସଙ୍କଳନ " କେତେ କଣ୍ଟା କେତେ ଫୁଲ " କୁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉନ୍ମୋଚନ କରିଛନ୍ତି । ଫଗୁ ମିଳନରେ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଆଜି ସନ୍ଧ୍ୟାରେ ଭଦ୍ରକ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ପଣ୍ଡିତ ବିରେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା , ସାହିତ୍ୟିକ ଡ଼ ଦୁର୍ଯ୍ୟଧନ ଦାସ, କବି କରୁଣାକର ବେହୁରିଆ, ପ୍ରକାଶକ ରୂପକ ବିହାରୀ ରାୟ, ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ଵାଳ, ଜଗନ୍ନାଥ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅଧ୍ୟାପିକା ଡ ମମତା ସାହୁ କବିତା ସଙ୍କଳନ ର ସମୀକ୍ଷା କରିଥିଲେ। ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.