Type Here to Get Search Results !

TRO 24 ନ୍ୟୁଜ୍ ପ୍ରଭାବ : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ଚାକିରୀରୁ ନିଲମ୍ବିତ ହେଲେ ଲାଞ୍ଚୁଆ ବାବୁ

ଧାମନଗର :- 

TRO 24 News ମହା ପ୍ରଭାବ......

ବିଦା ହେଲେ ସେକ୍ସନ ଅଫିସର ନିରାକାର ବାରିକ....

ଗତ କିଛି ଦିନ ତଳେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସେକ୍ସନ ଅଫିସର ଶ୍ରୀ ନିରାକାର ବାରିକ ଙ୍କ ବିରୋଧରେ ଲାଞ୍ଚ ନେଉଥିବା ଅଭିଯୋଗ ରେ ବ୍ଲକର ବହୁ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତାହା ସହିତ ବାବୁଙ୍କର ଟଙ୍କା ନେଇଉଥିବାର କିଛି ଭିଡିଓ ବିଭିନ୍ନ ଗଣମାଧ୍ୟମ ସହିତ ଆମ ଚେନାଲ ରେ ମଧ୍ୟ ପ୍ରସାରିତ କରାଯାଇଥିଲା। ତାହା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାବୁଙ୍କର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭୋକ୍ଷ ପ୍ରଦର୍ଶନ କରିଥିଲେ। ଯାହାର ଫଳ ସ୍ୱରୂପ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଆଜି କାର୍ଯ୍ୟରତ ସେକ୍ସନ ଅଫିସର ଶ୍ରୀ ନିରାକାର ବାରିକ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.