Type Here to Get Search Results !

ହାଇକୋର୍ଟର ଯୁବ ଆଇନଜୀବୀଙ୍କ ପରଲୋକ

 


ଧାମନଗର :-

               ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନରେ ଥିବା ପଳିକିରି ଗ୍ରାମର ଜଣେ ସୁପରିଚିତ ବ୍ୟକ୍ତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଯୁବ ଅଧିବକ୍ତା ସ୍ବର୍ଗତ ବିଭୁଦାନନ୍ଦ ମହାପାତ୍ର (୪୭) ଙ୍କ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗୁରୁବାରଦିନ ପରଲୋକ ଘଟିଛି। କିଛି ମାସ ତଳେ ଏକ ରୋଗରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ମାତ୍ର ଏକ ମାସ ତଳେ ପୁଣି ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୀର୍ଘ ୨୨ ଦିନ କାଳ ଆଇସିୟୁ ରେ ରହି ଚିକିତ୍ସାଧୀନ ଅବସ୍ଥାରେ ଗତ ଜାନୁଆରୀ ୨୬ ରେ ପରୋଲୋକ ଘଟିଥିଲା। ସ୍ବର୍ଗତ ମହାପାତ୍ରଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପଳିକିରୀ ଗ୍ରାମର ଜଣେ ମେଳାପୀ ଓ ମିଷ୍ଟଭାଷୀ ତଥା ପରୋପକାରୀ ଆଇନଜୀବୀ ଭାବେ ସେ ଜନପ୍ରିୟ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଓ ଦୁଇ ପୁଅ ଏବଂ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ। ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି। ଧାମନଗର ରୁ କାହ୍ନୁ ଚରଣ ଜେନାଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.