ଭୁବନେଶ୍ୱର :-
ଆସନ୍ତା ସପ୍ତାହରୁ ବଢ଼ିବ ଖରା । ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ବଢ଼ିବ ଦିନର ସର୍ବୋଚ୍ଚ ତାପମାତ୍ରା । ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ୩୮ ରୁ ୪୦ ଡିଗ୍ରୀ ପାରଦ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଶୁଖିଲା ରହିବ । ଫେବ୍ରୁଆରୀ ମାସରେ ବର୍ଷା ହେବାର ସମ୍ଭାବନା ନାହିଁ । ମାତ୍ର ଭୋର ସମୟରେ କୁହୁଡ଼ି ରହିବ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ ।

