ଚମ୍ପୁଆ :-
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଡୁରକୁଳିଆ ଗ୍ରାମ ରେ ମା ନିଜ ଜନ୍ମ କଲା ଦୁଇ ଶିଶୁ ପୁତ୍ର ଙ୍କୁ ମାରି ନିଜେ ଆତ୍ମ ହତ୍ୟା କରିଥିବା ସୂଚନା ମିଳିଛି। ଡୁରକୁଳିଆ ଗ୍ରାମ ର ଭୀମସେନ ନାୟକ ୪୫ ବର୍ଷ ଙ୍କ ସ୍ତ୍ରୀ କ୍ଷଣପ୍ରଭା ନାୟକ ୩୫ ବର୍ଷ ତାଙ୍କ ଦୁଇ ଶିଶୁ ପୁତ୍ର ଜାନସେନ ନାୟକ ୪ ବର୍ଷ ଓ ନନ୍ଦନ ନାୟକ ୨ ବର୍ଷ ଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଘର ଭିତରେ ରାଶି ଲଗାଇ ଆତ୍ମ ହତ୍ୟା କରିଥିବା ଜଣା ପଡ଼ିଛି। ତେବେ ଆତ୍ମହତ୍ୟା ର କାରଣ ଜଣା ପଡି ନ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛନ୍ତି।

