Type Here to Get Search Results !

ସାମ୍ବାଦିକଙ୍କୁ ପୋଲିସ ର ଠେଙ୍ଗା ମାଡ

 


ବରଗଡ଼ :-

ବରଗଡ଼ ପୋଲିସ ର ବର୍ବରତା ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ, ଜଣେ କର୍ତ୍ୟବରତ ସାମ୍ବାଦିକଙ୍କୁ ଆକ୍ରମଣ କରି ପୁଣି ଚର୍ଚ୍ଚାରେ ବରଗଡ଼ ପୋଲିସ। 

ଘଟଣା ଅନୁସାରେ, ଧନୁଯାତ୍ରା ଖବର ସଂଗ୍ରହ କରି ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ଜଣେ ଦୈନିକ ପତ୍ରିକା ସାମ୍ବାଦିକ ଶ୍ରୀ ବଦ୍ରି ପ୍ରସାଦ ସାହୁଙ୍କୁ କଚେରି ଛକ ନିକଟରେ କିଛି ପୋଲିସ କର୍ମୀ ଅଟକାଇଥିଲେ। ତେବେ ଶ୍ରୀ ସାହୁ ନିଜକୁ ସାମ୍ବାଦିକ ପରିଚୟ ଦେବା ସହ ନିଜ ପରିଚୟପତ୍ର ଦେଖାଇଥିଲେ। କିନ୍ତୁ ଉଦ୍ଧତ ପୋଲିସ କର୍ମୀ ଅତର୍କିତ ଭାବରେ ପରିଚୟ ଜାଣି ସୁଦ୍ଧା ଉକ୍ତ ସାମ୍ବାଦିକଙ୍କୁ ଲାଠି ସାହାଯ୍ୟରେ ଆକ୍ରମଣ କରିଥିଲେ। ତେବେ ଏନେଇ ଶ୍ରୀ ସାହୁ ଥାନା ରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ବରଗଡ଼ ସାମ୍ବାଦିକ ସଂଘ ଓ ଜର୍ଣାଲିଷ୍ଟ ଆସୋସେଶନ ଅଫ୍ ବରଗଡ଼ ପକ୍ଷରୁ ଏ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଦୋଷୀ ପୋଲିସ କର୍ମୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.