Type Here to Get Search Results !

ପୌରପରିଷଦ ନାମରେ ସାଘାଂତିକ ଅଭିଯୋଗ ଆଣିଲେ ବାସହୀନ ଯୁବତୀ

 


ତାଳଚେର :-

 ବାପ ମା’ଙ୍କୁ ହରାଇ ଏକାକି ଦରିଦ୍ର ସୀମାରେଖା ତଳେ ରହିଥିବା ଓ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ନୂତନ ବାସଗୃହ ପ୍ରଦାନରୁ ବିଚ୍ୟୁତ୍ ରହିବା ନେଇ ବାସହୀନ ଯୁବତୀ ତାଳଚେର ପୌରପରିଷଦ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡ଼ପକୁ ନେଇ କରିଛନ୍ତି ସାଘାଂତିକ ଅଭିଯୋଗ । ଘଟଣାରୁ ପ୍ରକାଶ, ତାଳଚେର ପୌରପରିଷଦ ୪ନମ୍ବର ୱାର୍ଡ଼ର ମୃତ ହର୍ଷ ବେହେରାଙ୍କ ଝିଅ ପିଙ୍କି ବେହେରା ବାସହରା ହୋଇଥିବାରୁ ତାଙ୍କୁ ତାଳଚେର ପୌରପରିଷଦ ପକ୍ଷରୁ ଚିହ୍ନଟକରି ୨୦/୦୪/୨୦୨୨ କାର୍ଯ୍ୟଦେଶ ସଂଖ୍ୟା ୧୩୨୪ଙ୍କୁ ଆର୍ଥିକ ବର୍ଷ ୨୦୨୧-୨୨ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ନ୍ତଭୂକ୍ତ କରାଯାଇ ବ୍ୟକ୍ତିଗତ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ୨ଲକ୍ଷଟଙ୍କା କିସ୍ତି ଆକରରେ ନିଜ ବ୍ୟାଙ୍କ ଖାତାରେ ସିଧାସଳଖ ପାଇକପାରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିଲା । ମାତ୍ର ଉକ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନ ଯୁବତୀଙ୍କୁ ଘର ନମିଳିବାରୁ ସେ ଏନେଇ ବାରମ୍ବାର ତାଳଚେର ପୌରପରିଷଦକୁ ଘର ଖଣ୍ଡିଏ ପାଇ ଗୁହାରି କରିବାକୁ ଗଲେ ତାଙ୍କୁ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟରେ ଥିବା ଅଧିକାରୀ ତାଙ୍କୁ କାର୍ଯ୍ୟାଳୟରୁ ବିଦା କରାଯାଉଥିବା ଘଟଣାକୁ ନେଇ ସେ ଏକ ଦାବିପତ୍ର ଆଜି ତାଳଚେର ଉପଜିଲ୍ଳାପାଳଙ୍କୁ ପ୍ରଦାନ କରିଛନ୍ତି । ତେବେ ଏଠାରେ ପ୍ରଶ୍ନଉଠେ ଉକ୍ତ ଯୁବତୀଙ୍କର ପାଇବାକୁ ଥିବା ଘର ଗଲା କୁଆଡ଼େ ଓ ଏହାକୁ ଦେଲା କିଏ, ଆଉ ନେଲା କିଏ ବୋଲି ବିଭିନ୍ନ ମହଲରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି । ତେବେ ଏହାକୁ ନିରପକ୍ଷେ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିବ ବୋଲି ଦାବି ହେଉଛି । ଏହି ଆବାସ ଯୋଜଳନା କେବଳ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ମୁହଁ ଚାହିଁ ତାଳଚେର ପୌରପରିଷଦ ପ୍ରଦାନ କରୁଛି ବୋଲି ପ୍ରକୃତ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.