Type Here to Get Search Results !

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପତ୍ନୀକ ମା ହିଙ୍ଗୁଳା ଙ୍କୁ ଦର୍ଶନ


ତାଳଚେର :- 

ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା ହିଙ୍ଗୁଳା ଙ୍କ ପୀଠ ଗୋପାଳ ପ୍ରସାଦ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସହଧର୍ମିଣୀ ମୃଦୁଳା ପ୍ରଧାନ ଙ୍କ ସହ ପହଂଚି ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ |ଇଂରାଜୀ ନବବର୍ଷ ରେ କେନ୍ଦ୍ରମନ୍ତ୍ରୀ ମା ହିଙ୍ଗୁଳା ଙ୍କୁ ପୂଜାର୍ଚନା କରି ଜଗତର କଲ୍ୟାଣ ମନାସି ଥିଲେ |କୁମୁଣ୍ଡା ଗ୍ରାମରେ ଶ୍ରମିକ ନେତା ଅରୁଣ ପ୍ରଧାନ ଙ୍କ ମା ତଥା କେନ୍ଦ୍ରମନ୍ତ୍ରୀ ଙ୍କ ଅପା ଦମୟନ୍ତୀ ପ୍ରଧାନ ଙ୍କ ଏକାଦଶାହ କର୍ମରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ଥିଲେ |ସେଠାରେ ଉପସ୍ଥିତ ଗ୍ରାମବାସୀ, ଆତ୍ମୀୟ ସ୍ୱଜନ, କାର୍ଯ୍ୟକର୍ତା ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ |କେନ୍ଦ୍ରମନ୍ତ୍ରୀ ଙ୍କ ସହ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି,ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା ଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ |

Post a Comment

0 Comments
* Please Don't Spam Here. All the Comments are Reviewed by Admin.