ଖୋର୍ଦ୍ଧା :-
ବେଆଇନ ଭାବେ ପଥର ଓ ବାଲି ବୋଝେଇ ଗାଡି ୧୬ ନମ୍ବର ଜାତୀୟ ରାଜପଥ ତୋଟାପଡା ଦେଇ ଯାଉଥିବାର ଖବର ପାଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୀପ୍ତିରଞ୍ଜନ୍ ସେଠି ଓ ଖୋର୍ଦ୍ଧା ତହସିଲଦାର ଶ୍ରୀଯୁକ୍ତ ଇପ୍ ସିତ୍ କୁମାର ସାହୁଙ୍କ ଚଢ଼ାଉ ବେଳେ ବେଆଇନ ୨ଟି ମାଙ୍କଡା ପଥର ବୋଝେଇ ଟ୍ରକ ଓ ଏକ ବାଲି ବୋଝେଇ ଟ୍ରକ ଏବଂ ଏକ ମୁଗୁନି ପଥର ବୋଝଇ ଟ୍ରକ କୁ ଜବତ କରି ଜୋରିମାନା କରିଛନ୍ତି। ସୂଚନା ଅନୁଯାୟୀ ଏହି ମାଙ୍କଡା ପଥର ଗାଡି ଗୁଡିକ ବେଆଇନ ଭାବେ ଖଣି ମାଫିଆଙ୍କ ଦ୍ୱାରା ଚାଲିଥିବା ତାପଙ୍ଗ,ମଳିପଡ଼ା ଓ ରାମଚଣ୍ଡୀ ଅଂଚଳରୁ ଚୋରା ପଥର ନେଇ ଆସୁଥିବାର ସୂଚନା ମିଳିଛି। ଖୋର୍ଦ୍ଧାରୁ ରାମଚନ୍ଦ୍ର ଜୁଝାରସିଂହ ଙ୍କ ରିପୋର୍ଟ

