Type Here to Get Search Results !

ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଲୁମ୍‌ନି ବୈଠକ ଅନୁଷ୍ଠିତ

 


ତାଳଚେର :-

ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଭାଗୃହ ଠାରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷତା ପୁଷ୍ପଲତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୁରାତନ ଛାତ୍ରଛାତ୍ରୀ ସଂଗଠନ ସୁଦୃଢ଼ କରିବା ନିମନ୍ତେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ଯୋଡି ମହାବିଦ୍ୟାଳୟର ବିକାଶ ଧାରାରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ । ବୈଠକର ପ୍ରାରମ୍ଭରେ ଇଂରାଜୀ ପ୍ରାଧ୍ୟାପକ ସରୋଜ କୁମାର ପ୍ରଧାନ ସମ୍ୟକ୍ ସୂଚନା ପ୍ରଦାନ କରିବା ପରେ ଅଧ୍ୟକ୍ଷା ଶ୍ରୀମତୀ ରଥ ସ୍ୱାଗତ ଭାଷଣ, ଅଧ୍ୟାପକ ରୋହିତ ମିଶ୍ର ଆଲୁମ୍‌ନି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ଆଇନ୍‌ଜୀବୀ ଯଦୁମଣି ସାହୁ ଓ ସାମ୍ବାଦିକ ଦେବୀ ମିଶ୍ର ଯୋଗଦେଇ ଆଗାମୀ ଦିନରେ କଲେଜର ଉନ୍ନତି ପାଇଁ ସମସ୍ତ ଛାତ୍ରଛାତ୍ରୀ ଏକଜୁଟ୍ ହେବା ପାଇଁ କହିଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ କମିଟି ଗଠନ କରାଯାଇଥିଲା । ଏଥିରେ ଉପଦେଷ୍ଟା ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସଙ୍କୁ ମନୋନୀତ କରାଯାଇଥିଲା । ସେହିପରି ସଭାପତି ଭାବେ ବିଧାୟକ ବ୍ରଜକିଶୋର ପ୍ରଧାନ, ଉପସଭାପତି ଭାବେ ଦେବୀ ମିଶ୍ର, ସଂପାଦକ ଭାବେ ଡ. ନିମାଇଁ ଚରଣ ପ୍ରଧାନ, ସହ ସଂପାଦକ ଭାବେ ଡ. ରଶ୍ମୀ ରଂଜନ ମିଶ୍ର, କୋଷାଧ୍ୟକ୍ଷ ଭାବେ ଅଧ୍ୟକ୍ଷା ପୁଷ୍ମଲତା ରଥଙ୍କୁ ଚୟନ କରାଯାଇଛି । ଏହି ବୈଠକରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ମହାବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ପାଇଁ ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ଡ. ବାଗ୍‌ମୟୀ କବିକନ୍ୟା, ନବକିଶୋର ମହାପାତ୍ର, କ୍ରିଷ୍ଟିନାରାଣୀ ଲିମା, ଅଶୋକ କୁମାର ବେହେରା ପ୍ରମୁଖଙ୍କ ସକ୍ରୀୟ ସହଯୋଗରେ ବୈଠକ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଧ୍ୟାପକ ଶଶାଙ୍କ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.