ବରଗଡ଼ :-
ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆଉ ମାତ୍ର କିଛିଦିନ ଥିବା ବେଳେ ଆସିଚି ଏକ ଦୁଃଖଦ ଖବର। ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ କରୁଥିବା କୁନି କଳାକାର ଶ୍ରେୟସ ପୁଝାରୀ ଙ୍କ ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୨ ବର୍ଷ ହେଉଥିବା ବେଳେ ସେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ।
ଘଟଣା ଅନୁସାରେ, ଶ୍ରେୟସ ନିଜ ଘରେ ଖେଳୁଥିବା ସମୟରେ ପଡ଼ି ଯାଇ ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ବରଗଡ଼ ପୁରୁଣା ଜିଲ୍ଲା ଚିକିତ୍ସାଳୟ କୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବରଗଡ଼ ଧନୁଯାତ୍ରା ମାତ୍ର କିଛିଦିନ ବାକି ଥିବା ବେଳେ ଏଭଳି ଘଟଣା ସମସ୍ତ ବରଗଡବାସୀ ଙ୍କ ମନରେ କୋହ ର ବାତାବରଣ ଆଣିଚି। ଆମ ଚ୍ୟାନେଲ ପକ୍ଷରୁ ଏହି କୁନି କଳାକାର ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି।

