Type Here to Get Search Results !

ତାଳଚେର ଜିଲ୍ଲା ଘୋଷଣା ଦାବୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ୬ଷ୍ଠ ଦିନରେ


ତାଳଚେର :-

ପାଲଲହଡା ଉପଖଣ୍ଡକୁ ନେଇ ତାଳଚେରକୁ ନୂତନ ଜିଲ୍ଲା ଭାବେ ଘୋଷଣା କରିବା ଦାବୀରେ ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ୬ଷ୍ଠ ଦିନରେ ପହଂଚିଛି । ତାଳଚେରକୁ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ବହୁ ବର୍ଷ ପୂର୍ବରୁ ତାଳଚେରବାସୀଙ୍କ ତରଫରୁ ଦାବୀ ହୋଇ ଆନ୍ଦୋଳନ ହୋଇଥିଲା । ସେତେବେଳେ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେରକୁ ୩୧ ନଂ ଜିଲ୍ଲା କରିବା ପାଇଁ ତାଳଚେରବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ରାଜ୍ୟ ସରକାର ତାଳଚେରରୁ ସର୍ବାଧିକ ରାଜସ୍ୱ ପାଉଥିବାବେଳେ ଏଠାରେ ବହୁ ରାଷ୍ଟ୍ରାୟତ ଉଦ୍ୟୋଗ ଗଢ଼ିଉଠିଛି । ତାଳଚେରକୁ ତୁରନ୍ତ ଜିଲ୍ଲା ଘୋଷଣା କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଚାଲୁ ରହିଛି । ଆଜିର ଏହି ଗଣଧାରଣାରେ ମନୋଜ ପ୍ରଧାନ, ଏଲ୍‌. ମାଣିକପ୍ରଭା, ଚୈତନ୍ୟ ପ୍ରଧାନ, ପଦ୍ମଚରଣ ସାମଲ, ସୁଲେଖ ସେଠୀ, ନିଲମ ଲାଲ୍‌, ଚିନ୍ତାମଣି ମହାପାତ୍ର, ସଂଗ୍ରାମ କେଶରୀ କୁଅଁର, ସତ୍ୟବ୍ରତ ମହାନ୍ତି, ସୂର୍ଯ୍ୟକାନ୍ତ ନାଏକ, ଦୁର୍ଗାଚରଣ ସାହୁ, ବିଭୁତି ଭୂଷଣ ପଟ୍ଟନାୟକ, ଦାମୋଦର ନନ୍ଦ, ସୁଚିତ୍ରା ଲେଙ୍କା, ବାପି ଜେନା, ନିରଞ୍ଜନ ସାହୁ, ସଂଜୀବ ନାଏକ, ଅଭୟ ପାଣି, ବିନୋଦ ଲାଲ୍‌ଙ୍କ ସମେତ ବହୁ ଜନସାଧାରଣ ସାମିଲ୍ ହୋଇଥିଲେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.