ତାଳଚେର :-
ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବ୍ରାହ୍ମଣୀ ବିହାର ପରିସରରେ ଶିଶୁ ବାଟିକାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ଖେଳ ପ୍ରତିଯୋଗିତାକୁ ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ ଓ ସଂପାଦକ ଦୁଃଶାସନ ସାହୁ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିବା ସହିତ କୁନି କୁନି କଳିକା ସଦୃଶ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ମୋଟ୍ ୩୪ ଜଣ ଛାତ୍ରୀ ଓ ୫୭ ଜଣ ଛାତ୍ର ଭାଗ ନେଇଥିଲେ । ଶିଶୁ ପ୍ରାରମ୍ଭ ବିଭାଗର ବେଙ୍ଗଡିଆଁ, ପ୍ଲେଟ ବଲ୍, ଚଷମା ଦୌଡ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଶିଶୁ ବୋଧ ବିଭାଗର ଅଖା ବସ୍ତା ଦୌଡ, ଟୋପି ପିନ୍ଧା ଦୌଡ ଏବଂ ବାଟି ଚାମଚ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପ୍ରାତଃ ପର୍ଯ୍ୟାୟର ପର୍ଯ୍ୟାୟ ପ୍ରମୁଖ ସୁରେନ୍ଦ୍ର କୁମାର ସାହୁ ପରିଚୟ ପ୍ରଦାନ କରିବା ସହିତ ଶେଷରେ ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ସରସ୍ମିତା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଅନୁଗୋଳ ଜିଲ୍ଲା ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ

