ସମ୍ବଲପୁର :-
ଗଙ୍ଗାଧର ମେହେର ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ସମ୍ବଲପୁରରେ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦିବ୍ୟାଙ୍ଗ ଦିବସ ପାଳନ ହୋଇଥିଲା। ଶ୍ରୀ ସୌମ୍ୟ ରଂଜନ ସାହୁ, ଇତିହାସ ଅଧ୍ୟାପକ ଙ୍କୁ ଉପଢୋଙ୍କନ ଦେଇ ସମ୍ବର୍ଦ୍ଧିତ କରାଗଲା। ଦିବ୍ୟାଙ୍ଗ ଦିବସ ରେ ଦିବ୍ୟାଙ୍ଗ ମାନଙ୍କର ଅଧିକାର,କଲ୍ୟାଣ କୁ ପ୍ରୋତ୍ସାହନ ଏବଂ ସେମାନଙ୍କର ସାମାଜିକ, ରାଜନୈତିକ, ଆର୍ଥିକ ଏବଂ ସାଂସ୍କୃତିକ ଜୀବନରେ ଉନ୍ନତି ଉପରେ ଅଧ୍ୟକ୍ଷ ମହୋଦୟ ସଚେତନ କରିବା ସହ ଅବିସ୍ମରଣିୟ ଦିବ୍ୟାଙ୍ଗ ମାନଙ୍କର ବିଭିନ୍ନ କ୍ଷେତ୍ରରେ ମାନବ ସମାଜ କୁ ଯୋଗଦାନ ଉପରେ ଆଲୋକପାତ କରିଥିଲେ । ଶ୍ରୀ ସୌମ୍ୟ ରଂଜନ ସାହୁ ତାଙ୍କ ବିଦ୍ୟାଙ୍ଗ ଜୀବନର ସଂଘର୍ଷ କାହାଣୀ ଉପସ୍ଥାପନା କରିଥିଲେ। ଶେଷରେ ଇଂରାଜୀ ଅଧ୍ୟାପକ ଶ୍ରୀ ଭୋଜରାଜ ରୋହିଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

