ବ୍ରହ୍ମପୁର :-
ଗତ ୩୦ ନଭେମ୍ବର ପ୍ରାୟ ସନ୍ଧ୍ୟା ୪ ଟା ସମୟରେ ପୁରୀ ଗୁଣପୁର ଏକ୍ସପ୍ରେସ ଟ୍ରେନ ନମ୍ୱର୍ ୧୮୪୧୭ ରେ ୩ ଜଣ ବୟସ୍କ ବ୍ୟକ୍ତି ଙ୍କୁ ମୂର୍ଚ୍ଛିତ ଅବସ୍ଥା ରେ ଉଦ୍ଧାର କରାଯାଇଛି। ସେମାନଙ୍କ ନିକଟରେ ଥିବା ଟଙ୍କା, ମୋବାଇଲ, ଅଳଙ୍କାର ଲୁଟ ହୋଇଥିବା ଦେଖିବାକୁ ମିଳିଛି।
ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ବ୍ୟକ୍ତିମାନେ ବ୍ରହ୍ମପୁର ସୂର୍ଯ୍ୟନଗର ଅଞ୍ଚଳର ବୋଲି ଜଣାପଡିଛି। ତେବେ କେହି ଦୂର୍ବୁତ ଏମାନଙ୍କୁ ନିଶାଯୁକ୍ତ ଖାଦ୍ୟ କିମ୍ବା ପାନୀୟ ଦେଇ ଏମାନଙ୍କ ସମସ୍ତ ସାମାନ ଲୁଟ୍ କରିଥିବା ଅନୁମାନ କରା ଯାଉଛି। ବ୍ରହ୍ମପୁର ରୁ ଗୋପାଳ କୃଷ୍ଣ ଦାଶ ଙ୍କ ରିପୋର୍ଟ

