ଝାରସୁଗୁଡ଼ା / ସୁନ୍ଦରଗଡ଼ :-
ଝାରସୁଗୁଡା ଜିଲ୍ଲା ସୀମାବର୍ତ୍ତି ସୁନ୍ଦରଗଡ଼ ଜିଲ୍ଲା ର କନକ ତୁରା ଗ୍ରାମ ର ଝିଞ୍ଜିରୀ ପଡ଼ା ନିକଟରେ ଏକ ମାଳ ବୋଝେଇ ଟ୍ରକ ଧକ୍କାରେ ଜଣେ ସ୍କୁଟି ଆରୋହୀ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି। ଖବର ପାଇ ହେମଗିରି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛନ୍ତି। ମୃତକଙ୍କ ପରିଚୟ ସଠିକ୍ ଭାବରେ ମିଳି ପାରିନାହିଁ । ତେବେ ସ୍ଥାନୀୟ ଲୋକଙ୍କ ଅନୁଯାୟୀ ମୃତକ ଜଣକ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ତଦନ୍ତ ପରେ ପ୍ରକୃତ ପରିଚୟ ସାମନାକୁ ଆସିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ

