କଣ୍ଟାବାଞ୍ଜି :-
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ର ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି। ବର୍ତମାନ ଏହା ସହ ଉକ୍ତ ହତ୍ୟାକାଣ୍ଡ ପଛରେ ରହସ୍ୟ ରହସ୍ୟ ହୋଇ ରହି ଯାଇଛି।
ଘଟଣା ଅନୁସାରେ, ଆଜି ଅଭିଯୁକ୍ତ ଗୋବିନ୍ଦ ଙ୍କୁ ଜେଏମଏଫସି କୋର୍ଟ ରେ ହାଜିର୍ ହେବାର ଥିଲା। କିନ୍ତୁ ଆଜି ତାଙ୍କ ମୃତଦେହ ଜେଲ ରୁ ଉଦ୍ଧାର କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେହେତୁ କଣ୍ଟାବାନଝି ଜେଲ ରେ ସେ ଏତେ ଦିନ ଏତେ ସିକ୍ୟୁରିଟି ମଧ୍ୟ ରେ ଥିଲେ ତେବେ ଆତ୍ମହତ୍ୟା କିଭଳି କଲେ ଏହା ଏକ ଆଶ୍ଚର୍ୟ୍ଯ ର କଥା। ତେବେ କଣ୍ଟାବାଂଝି ମେଡିକାଲ ଦ୍ଵାରା ତାଙ୍କ ମୃତ୍ୟୁ ର ପୃଷ୍ଟି କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ତେବେ ଅନ୍ୟ ପକ୍ଷରେ ବିରୋଧି ପକ୍ଷରୁ ଏହାକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଚକ୍ରାନ୍ତ ବୋଲି ଦାବି କରିଛନ୍ତ। କାରଣ ଏହି ଘଟଣା ପରେ ଅନେକ ଶାସକ ଦଳର ମୁଁହ ସାମ୍ନା କୁ ଆସିଥାନ୍ତା। ତେବେ ଘଟଣା ଯାହା ହେଉ ନା କାହିଁକି ଏକ ଘଟଣା ବର୍ତ୍ତମାନ ରହସ୍ୟ ହୋଇ ରହି ଯାଇଛି। ବ୍ୟୁରୋ ରିପୋର୍ଟ

