ପଦ୍ମପୁର :-
ପଦ୍ମପୁର ଉପନିର୍ବାଚନ ଆଉଁ କେତେଟା ଦିନ ବାକି ରହିଲା । ତିନି ପ୍ରମୁଖ ଦଳ ବି ଜେ ଡ଼ି , ବିଜେପି ଓ କଂଗ୍ରେସ ପ୍ରମୁଖ ଦଳର ନିର୍ବାଚନୀ ପ୍ରଚାର ଜୋର ସୋର ରେ ଚାଲି ଛି । ବିଭିନ୍ନ ଗାଁ ଗାଁ ଙ୍କୁ ଯାଇ ନିର୍ବାଚନୀ ସଭା ଆୟୋଜନ କରି ବିଭିନ୍ନ ପ୍ରତିଶୃତି ଦେଇ ଭୋଟ ହାତେଇବା ପାଇଁ ପ୍ରୟାସ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଦିନରେମାନଡୋଶୀଳ , ଭେଙ୍ଗରାଜପୁର , ବିଜାଡ଼ିହ ଗ୍ରାମରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଚାର କରି ଆଜି ଦ୍ଵିତୀୟ ଦିନରେ ବାଦୀକଟା ବୁଡ଼ାମାଳ ଦହିତା ଗ୍ରାମରେ ପ୍ରଚାର କରି ଛନ୍ତି । ତାଙ୍କ ପ୍ରଚାରରେ ସେ ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରି କହି ଛନ୍ତି ଯେ 22ବର୍ଷ ର ଶାସନ ପରେ ଭି ଅଂଚଳ ବାସୀଙ୍କୁ ବିକାଶ କ୍ଷେତ୍ର ରେ ସୁଧାର ଆଣି ପାରିଲେ ନାହିଁ ବିଜେଡି ସରକାର । ପ୍ରଧାନ ମନ୍ତ୍ରୀ ସହଯୋଗ କଲେ ମଧ୍ୟ ଏହି ଅଂଚଳ ରେ ସେବା ପହଂଚି ପାରିଲା ନାହିଁ "ଓଡ଼ିଆ ପିଲା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ପିଇବା ପାଣିର ଅସୁବିଧା ହେଉଛି। ପଦ୍ମପୁର ଙ୍କୁ ଜିଲ୍ଲା ଘୋଷଣା କରି ପାରିଲେ ନାହିଁ । ଏବେ ଉପନିର୍ବାଚନ ବେଳେ ସମସ୍ତ ନେତା ମନ୍ତ୍ରୀ ପଦ୍ମପୁର ରେ ଡେରା ପକାଇଛନ୍ତି ।ଏହା ହେଉଛି ସମୟ ଏସବୁକୁ ଦୃଷ୍ଟିରେ ରଖି ଶ୍ରେଷ୍ଠ ବିଧାୟକ ପ୍ରଦୀପ ପୁରୋହିତ ଙ୍କୁ ଭୋଟ ଦେଇ ଆଗାମୀ ନିର୍ବାଚନ ରେ ବିଜୟୀ କରିବାକୁ ଉପସ୍ଥିତ ଵିଶାଲ ଜନତାକୁ ଅନୁରୋଧ କରିଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

