ବଲାଙ୍ଗିର :-
ନାଗକୁ ନିର୍ଯାତନା ଦେଇ ଗିରଫ ହେଲେ ସାପଧରାଳି । ଗିରଫ ସାପଧରାଳି ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୀରଳା ବିଶ୍ୱାଳ ଓରଫ ବୀର। ଶନିବାର ବୀର ଏକ ନାଗ ସାପକୁ ଧରି ତାର ଦାନ୍ତକୁ ନେଲ୍ କଟରରେ କାଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ଦେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବନ ବିଭାଗର ଦ୍ୱାରସ୍ଥ ହୋଇଥିଲେ, ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସଦସ୍ୟ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

