ବଲାଙ୍ଗିର :-
ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଳତ ଆଜି ଅନୁଷ୍ଠିତ ହୋଇଯାଇଛି ଓ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ନ୍ୟାୟାଧୀଶ ଲଲାଟେନ୍ଦୁ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଳତ ଅନୁଷ୍ଠିତ ହୋଇଯାଇଛି ଓ ଏହି ଅଦାଲତରେ ଫ୍ୟାମିଲି କୋର୍ଟ ଜଜ, ମୁଖ୍ୟ ବିଚାର୍ ବିଭାଗୀୟ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ. ମାମଲା ମାନଙ୍କ ବିଚାର କରିଥିଲେ । ଅଦାଲତରେ ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ ଯୋଗଦେଇ ଥିଲେ । ସରକାରୀ ଓକିଲ ମାନଙ୍କ ସମେତ ଅନ୍ୟାନ୍ୟ ଓକିଲ ମାନେ ଉପସ୍ଥିତ ଥିଲେ ଓ ଅଦାଲତକୁ ସଚିବ ଆଇନ୍ ସେବା ପ୍ରାଧୀକରଣ ବିନୟ କୁମାର ପାତ୍ର ପରିଚାଳନା କରିଥିଲେ ଓ ଏଠାରେ ୨୯ ଟି ଦେୱାନି ମୋକଦମା ଫଇସଲା ହୋଇଥିଲା । ୧୨ ଟି ବ୍ୟାଙ୍କ ମାମଲା ଫଇସଲା ହୋଇ ୧୬୮୨୧୪୬ ଆଦାୟ ହୋଇଥିଲା ଓ ୯ ଟି ମଟର ଦୁର୍ଘଟଣା ମାମଲାରେ ୪୪୩୦୦୦୦/- କ୍ଷତିପୂରଣ ଦେବାକୁ ନିଦ୍ଦେର୍ଶ ଦିଆଯାଇଥିଲା ଓ ୩୮୮୨ ରାଜସ୍ୱ ମୋକଦମାର ଫଇସଲା ହୋଇଥିଲା ଓ ୩୬୫ ଫୌଜଦାରୀ ମୋକଦମା ଫଇସଲା କରାଯାଇ ୯୨୮୦୦ ର ଜରିମାନା ଆଦାୟ ହୋଇଥିଲା ଓ ୨୩୫ ପ୍ରାକ୍ ମୋକଦମା ମାମଲାର ଫଇସଲା ସମାଧାନ କରାଯାଇ ୭୪୫୪୮୧୯/- ଅଦାୟ ହୋଇଥିଲା ଓ ପାରିବାରିକ ମିଳାମିଶା ରେ ୨୧ ଟି ମାମଲା ଫଇସଲା ହୋଇଥିଲା ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

