Type Here to Get Search Results !

ମାଓ କ୍ୟାମ୍ପ ରେ ଇଭିଏମ୍ ମେସିନ ??

 


ମାଲକାନଗିରି :-

ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲାର ମାଥିଲି ପୋଲିସ ପକ୍ଷରୁ ସର୍ଚ୍ଚ ଅଭିଯାନ ଚାଲିଥିବା ବେଳେ, ଏକ ମାଓ କ୍ୟାମ୍ପ ର ଅନେକ ସାମଗ୍ରୀ ଜବତ୍ ହୋଇଥିଲା। ବିଶେଷ କରି ଡାବୁଗୁଡ଼ା ଓ ଦାମକାଗୁଦା ରେ ଏହି ସର୍ଚ୍ଚ ଅପରେସନ ସମୟରେ ମାଓ ପୋଷ୍ଟର, ବ୍ୟାନର, ବନ୍ଧୁକ ଅସ୍ତ୍ରଶସ୍ତ୍ର ଆଦି ଅନେକ କିଛି ମିଳିଥିଲା। ତେବେ ସବୁଠାରୁ ଆଶ୍ଚର୍ୟ୍ଯ ର କଥା ମାଓ କ୍ୟାମ୍ପ ରୁ ଇଭିଏମ ମେସିନ ମିଳିବା। 

ସର୍ଚ୍ଚ ଅପରେସନକୁ ଜୋରଦାର କରି ମାଥିଲି ପୋଲିସ ଡାବୁଗୁଡ଼ା ଓ ଦାମକାଗୁଦା ଅଞ୍ଚଳ ରେ ଖୋଡତାଲ କରିବା ସମୟରେ ଇଭିଏମ ମେସିନ ମାଓ କ୍ୟାମ୍ପ ରୁ ମିଳିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କଣ କୌଣସି ଭୋଟ ଗ୍ରହଣ କେନ୍ଦ୍ର ରେ ମାଓ ପକ୍ଷରୁ ଆକ୍ରମଣ ହୋଇ ଉକ୍ତ ମେସିନ ମାଓବାଦୀ ଙ୍କ ନିକଟକୁ ଆସିଚି ନା ଏଥିରେ ଆଉ କିଛି ରହସ୍ୟ ରହିଛି ତାହା ତଦନ୍ତ ସପକ୍ଷ ବୋଲି ବିଭିନ୍ନ ମହଲରେ ଦାବି ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ପୋଲିସ ପକ୍ଷରୁ କଣ ତଦନ୍ତ ହେଉଛି ତାହା ଆଗାମୀ ଦିନରେ ଦେଖାଯିବ। ମାଓ କ୍ୟାମ୍ପ ରୁ ଇଭିଏମ ମିଳିବ ଶୁଭଙ୍କର ନୁହ ବୋଲି ସାଧାରଣରେ ଚର୍ଚା ଚାଲିଛି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.