ପଦ୍ମପୁର :-
ପଦ୍ମପୁର ଉପନିର୍ବାଚନରେ ଚାଷି,ଜିଲ୍ଲା ଦାବି ପରେ ମୁଣ୍ଡ ଟେକିଲାଣି କୋସଲ ରାଜ୍ୟ ଦାବି ପ୍ରସଙ୍ଗ ଉପନିର୍ବାଚନରେ କୋସଲ ପ୍ରସଙ୍ଗ ଉଠେଇ ଆନ୍ଦୋଲନ କୁ ଓହ୍ଲେଇ ପଡିଛି କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । କୋସଲ କଥା କହେବା ଯିଏ ଆମର ନେତା ସିଏ ନାରା ଦେଇ ଗତ ୨୨ ତାରିଖ ଦିନ ୧୧ ଟା ସମୟରେ ନୃସିଂହନାଥ ପିଠ ରୁ କୋସଲ ଜନଜାଗରଣ ଯାତ୍ରା ଆରମ୍ଭ ହୋଇ ପାଇକମାଲ ,ମଲଦା ଦେଇ ଆଜି ବରିକେଲ କୁ ପହଞ୍ଚିଥିଲା ,ବରିକେଲ ଗ୍ରାମବାସି ତରଫରୁ ଏହି ପଦଯାତ୍ରି ଦଲଙ୍କୁ ସ୍ୱାଗତ କରାଯିବା ସହିତ ସେମାନଙ୍କ ଖାଇବା ବ୍ୟବସ୍ଥା କରାଯାଇଥିଲା ପରେ ଆନ୍ଦୋଲନକାରୀ ଆଜି ପଦ୍ମପୁର ଭେଉଁରିଆ ଛକଠାରେ ପହଞ୍ଚିଥିଲା । ପଦଯାତ୍ରି ଦଲ ଙ୍କୁ ନାଗରିକ କମିଟି ପଦ୍ମପୁର,ଓକିଲ ସଂଘ ,ରାଜ ବୋଡ଼ାସମ୍ୱର କୃଷକ ସଙ୍ଗଠନ ,WOYM ଓ ପଦ୍ମପୁର ର ଅନେକ ସଂଗଠନ ତରଫରୁ ସ୍ୱାଗତ କରାଯାଇଥିଲା । ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବି ନେଇ ଚାଲୁଥିବା ଆନ୍ଦୋଲନ ଏବେ ନିର୍ବାଚନି ମୁହାଁ ହେବା ଓ ପ୍ରସଙ୍ଗ ପାଲଟିଥିବା ବେଶ ଆଲୋଚନାର ବିଷୟ ପାଲଟିଛି ,ଆଜି ବରିକେଲ ଠାରେ ଉଭୟ ବିଜେପି ଓ କଂଗ୍ରେସ ଦଲ ର ଦଲିୟ ପ୍ରାର୍ଥି ପଦଯାତ୍ରା କୁ ସମର୍ଥନ ଜଣେଇ ସାମିଲ ହେଇଥିବା ବେଲେ BJD କୋସଲ ପଦଯାତ୍ରା ରୁ ଦୁରେଇ ରହିଥିବା ଜଣାପଡ଼ିଥିଲା ।ପରେ ଆନ୍ଦୋଲନକାରୀ ପଦ୍ମପୁର ଉପଜିଲ୍ଲାପାଲ କାର୍ୟାଲୟ ସମ୍ମୁଖରେ ଚାଲୁଥିବା ଜିଲ୍ଲା ଦାବି ଆନ୍ଦୋଲନ ଓ ଚାଷି ଆନ୍ଦୋଲନ ସ୍ଥଲି କୁ ପହଞ୍ଚି ସମର୍ଥନ ଜଣେଇ ଧାରଣାରେ ବସିଥିଲେ ଏବଂ ଧାରଣାରତ ଅନେକ ନେତା କୋସଲ ରାଜ୍ୟ ହିଁ ବିକଲ୍ପ ବୋଲି ବକ୍ତବ୍ୟ ଦେଇ ଆନ୍ଦୋଲନ କାରୀ ଙ୍କୁ ସମର୍ଥନ ଜଣେଇଥିଲେ। ଆଜିର ଆନ୍ଦୋଲନର ନେତୃତ୍ୱ ନେଇଥିଲେ ବରିଷ୍ଠ ଆଇନଜିବୀ ଅଜିତ ସତପଥି ,ଉପସଭାପତି ଗଣେସ ସାହୁ ,ଛାତ୍ର ନେତା ଆକାଶ ପଣ୍ଡା ,ସମ୍ପାଦକ ଜନାର୍ଦନ ସିଂ ,ସିପୁନ ଖମାରୀ,ଗଜପତି ସାହୁ ,କୋସଲ ସେନା ସଭାପତି କସ୍ତୁବ ସାହୁ ,ବୀରବଲ ମହାକୁର ,ଅଶୋକ ଛତର ,ସରୋଜ ପଧାନ ପ୍ରମୁଖ କୋସଲ ନେତା ଯୋଗ ଦେଇଥିଲେ ।
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

