Type Here to Get Search Results !

ଡକାୟତି ଯୋଜନା ପଣ୍ଡ; ୩ ଗିରଫ, ମାରଣାସ୍ତ୍ର ଜବତ


ବ୍ରହ୍ମପୁର :-

ଡକାୟତି ପାଇଁ ଚାଲିଥିବା ଯୋଜନା ପୋଲିସର ହସ୍ତକ୍ଷେପ ପରେ ପଣ୍ଡ ହୋଇଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ଘୋଡାହଡ ରାସ୍ତା କଇଠଖଣ୍ଡି ଯାତ୍ରୀ ବିଶ୍ରାମାଗାର ପାର୍ଶ୍ଵରେ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ଡକାୟତି ଯୋଜନା ପାଇଁ ଉଦ୍ୟମ କରୁଥିଲେ । ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ଯୋଜନାକୁ ପଣ୍ଡ କରିଛି । ଘଟଣାସ୍ଥଳରୁ ପୋଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ସମେତ ଗୋଟିଏ ବାଇକ୍ ମଧ୍ୟ ଜବତ କରିଛି । ଗିରଫ ଯୁବକମାନଙ୍କ ମଧ୍ୟରେ ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର କୁରୁପତୀ ଭୂୟାଁ, ବରପଲ୍ଲୀ ଗ୍ରାମର ସଂଗ୍ରାମ କେଶରୀ ଭୂୟାଁ ଓ ଚାଞ୍ଚଡାପଲ୍ଲୀ ଗ୍ରାମର ତୋଫାନ ଗୌଡ ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଛି । ଖବରନୁଯାୟୀ , ବିଳମ୍ବିତ ରାତିରେ ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଗୌତମ ସାହୁ ଓ ଅନ୍ୟ କର୍ମଚାରୀ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିଲେ ।ତେବେ ପାଟ୍ରୋଲିଂ ସାରି ଫେରୁଥିବା ସମୟରେ ପୋଲିସ ଏକ ବିଶେଷ ସୂତ୍ରରୁ ଖବରପାଇଲା ଯେ, ଉକ୍ତ ଯାତ୍ରୀ ବିଶ୍ରାମାଗାରରେ ୫ ଜଣ ଅସାମାଜିକ ଯୁବକ ମଦ୍ୟପାନ କରିବା ସହ ହାତରେ ମାରଣାସ୍ତ୍ର ଧରି ଜାତୀୟ ରାଜପଥରେ ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି । ଯାହାଫଳରେ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଡ଼ିକୁ ଅଳ୍ପ କିଛି ଦୂରରେ ରଖି ଯାତ୍ରୀ ବିଶ୍ରାମାଗାର ଚାରିପଟେ ପୋଲିସ ଘେରିଥିଲେ । ପରେ ପୋଲିସର ଅତର୍କିତ ଚଢ଼ାଉ କରାଯିବା ସମୟରେ ୩ ଜଣ ଯୁବକଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଥାନା ମାମଲା ନଂ ୩୯୧/୨୨ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଯାଇଥିଲା

ଗଂଜାମ ଜିଲ୍ଲାର ଆଶୀଷ ରାଓଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.