Type Here to Get Search Results !

ଚୁନାମାଛ ଉତ୍ପାଦନ ରେ ଆର୍ନ୍ତଜାତୀୟ ସଫଳତା


ତିର୍ତ୍ତୋଲ :-

ସାରା ବିଶ୍ୱରେ ଚୁନାମାଛ ତଥା ଖାଦ୍ୟସାରରେ ପରିପୂର୍ଣ୍ଣ ମହୁରାଳୀ ମାଛର ଚାହିଦା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ପ୍ରଥମ କରି ମହୁରାଳୀ ମାଛ ଯାଆଁଳ ଉତ୍ପାଦନ ସଫଳତାର ସହ କରାଯାଇଛି। ଏସିଆ, ଆଫ୍ରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ଷୁଧା ଓ ଅପପୃଷ୍ଟିର ଦୂରୀକରଣ ପାଇଁ ଉଚ୍ଚତର ଗବେଷଣା ମାଧ୍ୟମରେ କାମ କରୁଥିବା ୱାର୍ଲଡଫିସ ସଂଗଠନର ବୈଷୟିକ ସହାୟତା,ଜର୍ମାନୀ ସରକାରଙ୍କ ଆର୍ଥିକ ସହଯୋଗ ଓ ଉନ୍ନତି ବିଭାଗ ଆନୁକୂଲ୍ୟରେ ଜିଆଇଜେଡ କୃଷିଭିତିକ ଗବେଷଣା କାର୍ଯ୍ୟକ୍ରମ ଅର୍ନ୍ତଭୁକ୍ତ, ରାଜ୍ୟ ସରକାର, ରାଜ୍ୟ ମତ୍ସ୍ୟପ୍ରାଣୀ ସମ୍ପଦ ଓ ଜିଲ୍ଲା ପ୍ରଶାସନ ସହାୟତାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତୁଳଙ୍ଗ ଠାରେ ପ୍ରତିଷ୍ଠିତ ବିଶ୍ୱାଳ ଏକ୍ୱାଟେକ୍ ଫାର୍ମରେ ସଫଳତାର ସହ ଏହି ମହୁରାଳୀ ଯାଆଁଳ ଉତ୍ପାଦନ କରାଯାଇଛି।ଏଥି ଉପଲକ୍ଷେ "ଓଡିଶାରେ ଜଳକୃଷି କ୍ଷେତ୍ରରେ ପୃଷ୍ଟିଯୁକ୍ତ ଚୁନାମାଛ ମହୁରାଳୀ ଯାଆଁଳ ଉତ୍ପାଦନରେ ପ୍ରଥମ ସଫଳତା"ଶିର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ୱାର୍ଲଡଫିସର ପୃଷ୍ଟି ଓ ସାଧାରଣ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ତଥା ବିଶ୍ୱଖାଦ୍ୟ ପୁରସ୍କାର ବିଜେତା ଡଃ ଶକୁନ୍ତଳା ଥିଲଫ୍ରେକ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।,ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ପ୍ରାଣୀପାଳନ ବିଭାଗ ନିର୍ଦ୍ଦେଶକ ଡକ୍ଟର ୟେଡୁଲା ବିଜୟ,ଜଗତସିଂହପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ଜିଲ୍ଲା ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଦୀପ୍ତି ରଞ୍ଜନ ମହାପାତ୍ର, ସମେତ ୱାର୍ଲଡଫିସ ଭାରତୀୟ ମୁଖ୍ୟ ଡଃ ଅରୁଣ ପଢିଆର ଡିଆଇଜେଡ ବରିଷ୍ଠ ଅଧିକାରୀ,ସୌରଭ ଦୁବେ ପ୍ରମୂଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଆଖପାଖର ପଚାଶରୁ ଉର୍ଦ୍ଧ ସଫଳ ମତ୍ସ୍ୟ ଚାଷୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଯୋଗଦେଇ ମହୁରାଳୀ ମାଛର ଉପକାରୀତା ଓ ଲାଭଦାୟକ ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।ମାଛରେ ଅଧିକ ପରିମାଣର ପ୍ରୋଟିନ,ଅଣୁସାର, ଭିଟାମିନ,ଓମେଗା-୩ ଓ ସ୍ନେହାମ୍ଳ ମିଳୁଥିବା ବେଳେ ମହୁରାଳୀ ମାଛରେ ଅଧିକ ପରିମାଣର କ୍ୟାଲସିୟମ, ଜିଙ୍କ, ଲୌହସାର,ଭିଟାମିନ-ଏ ଓ ଭିଟାମିନ-ବି-୧୨ଓ ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ଅଣୁସାର ଥାଏ।ଏହା କ୍ଷୁଧା ସହ ଅପପୃଷ୍ଟି ଦୁର କରିବା ସହ ଚାଷ କଲେ ଆର୍ଥିକ ବିକାଶ ହୋଇପାରିବ ବୋଲି ବିଶେଷଜ୍ଞ ମାନେ ପ୍ରକାଶ କରିଥିଲେ।ୱାର୍ଲଡଫିସ ସଂଗଠନ ପକ୍ଷରୁ ଓଡିଶା, ଆସାମ ଓ ବଙ୍ଗଳାଦେଶରେ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉଦ୍ୟମ ହୋଇଥିବା ବେଳେ ଜଗତସିଂହପୁର ତଥା ତିର୍ତ୍ତୋଲ ଅଞ୍ଚଳରେ ମହୁରାଳୀ ଯାଆଁଳ ଉତ୍ପାଦନ ପ୍ରଥମ କରି ସଫଳତା ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସି ବ୍ୟକ୍ତ କରାଯାଇଛି।

ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.