Type Here to Get Search Results !

ନାଲକୋ ବଅଁରପାଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

 


ଅନୁଗୁଳ :- 

ନାଲକୋ ବଅଁରପାଳ ସାମ୍ବାଦିକ ସଂଘର ସଭାପତି ଉପେନ୍ଦ୍ର ରାଉତଙ୍କ ପୌରହିତରେ ନାଲକୋ ବିଶ୍ୱକର୍ମା ପୂଜା ପଡିଆ ପରିସରରେ ଗତ କାଲି ସନ୍ଧ୍ୟାରେ ଏକ ବଣ୍ଣାଢ୍ୟ ପରିବେଶରେ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ନାଲକୋ ମାନବ ସମ୍ବଳ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ଯୋଗ ଦେଇଥିବା ସହ ସମ୍ମାନିତ ଅତିଥି ଭାବେ ନାଲକୋ ମାନବ ସମ୍ବଳ ଉପ ମହାପ୍ରବନ୍ଧକ ରାଜରାମ ମିଶ୍ର ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ରୂପେ ନାଲକୋର ଲୋକ ସମ୍ପର୍କ ପ୍ରମୁଖ ସମୀର ମାଝୀ ଉପସ୍ଥିତ ରହିବା ସହ ନାଲକୋ ପ୍ରଶିକ୍ଷଣ କେନ୍ଦ୍ରର ଉପ ମହାପ୍ରବନ୍ଧକ ଶୁଭେନ୍ଦୁ କୁମାର ନାୟକ ସାମିଲ ଥିଲେ । ଏଥିସହ ସ୍ୱତନ୍ତ୍ର ନିମନ୍ତ୍ରଣ ଅତିଥି ଭାବେ ନାଲକୋରେ କାର୍ଯ୍ୟରତ ତଥା ଶ୍ରମିକ ନେତା, ସମାଜ ସେବୀ ସୁଜିତ ସେଠ ମଞ୍ଚାସିନ ଥିଲେ । ସଂଘର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ସଂଘର ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ । ନାଲକୋର ପ୍ରାକ୍ତନ କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ଚୌଧୁରୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ନାଲକୋରେ ହୋଇଥିବା ୧୭ଗୋଟି ପୂଜା ମଣ୍ଡପ କମିଟିର ସମ୍ପାଦକ ମାନଙ୍କୁ ଉପସ୍ଥିତ ଅତିଥି ବୃନ୍ଦ ପୁଷ୍ପଗୁଚ୍ଛ, ଉପଢକନ୍, ମାନପତ୍ର, ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥି ସହ ସ୍ୱଚ୍ଛତା ଓ ପରିମଳର ନାଲକୋ କର୍ମଚାରୀ ଅକ୍ଷୟ କୁମାର ଭୁତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିଦ୍ୟୁତ ବିଭାଗର ଏଜିଏମ ଶ୍ୟାମଘନ ବେହେରାଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ସହ ନାଲକୋର ପ୍ରାକ୍ତନ କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ଚୌଧୁରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଅନ୍ୟପକ୍ଷରେ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନୁଗୋଳ ଜିଲ୍ଲାର ଉଦ୍ୟୟମାନ ଧୁରିଣ ସାମ୍ବାଦିକ ସୁଧୀରେନ୍ଦ୍ର ପରିଜା, ଅନିଲ କୁମାର ପ୍ରଧାନ, ବିରଜା ପ୍ରସାଦ ଦାଶଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମକୁ ସଂଘର ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ନାଏକ ପରିଚାଳନା କରିଥିବା ବେଳେ ସଂଘର ଅନ୍ୟତମ ସଦସ୍ୟ ଯଥା ଗୋବିନ୍ଦ ଟୁଡୁ, ପ୍ରଫୁଲ୍ଲ ସିଂହ, ନିପୁ ଭୂତିଆ, ଜଗନ୍ନାଥ ବେହେରା, ଦିବ୍ୟ ରଞ୍ଜନ ସାମଲ, ସୁବାସ ସାହୁ , ସଞ୍ଜୀବ ମାଣ୍ଡୋଠିଆ, ଲୋକନାଥ ନନ୍ଦଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଏହାର ସଫଳତା ଦିଗରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାକ ସାମ୍ବାଦିକଙ୍କ ସମେତ ସ୍ୱେଚ୍ଛାସେବୀ, ନାଲକୋ କର୍ମଚାରୀ ଏବଂ ପୂଜାକୁ ଆସିଥିବା ଶହସ୍ରାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସଂଘର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ଖୁବ ଶୁଭେଚ୍ଛାର ବାର୍ତା ଆସିଥିବା ଜଣା ପଡ଼ିଛି । ତେବେ ସଂଘ ଆଗାମୀ ଦିନରେ ଏହିପରି ସାମାଜିକ କାର୍ଯ୍ୟ କରିବା ନେଇ ପ୍ରକାଶ କରିଛି । ଶେଷରେ ସଭାପତି ଉପେନ୍ଦ୍ର ରାଉତ ନିଜର ବକ୍ତବ୍ୟ ମାଧ୍ୟମରେ ନାଲକୋ ବଅଁରପାଳ ସାମ୍ବାଦିକ ସଂଘକୁ ନାଲକୋ କର୍ତ୍ତୃପକ୍ଷ ସବୁ ସମୟରେ ସହଯୋଗ ଜାରି ରଖିଥିବାରୁ ମାନବ ସମ୍ବଳ ମହାପ୍ରବନ୍ଧକ ଓ ନାଲକୋ କର୍ତ୍ତୃପକ୍ଷକୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାକୁ ଧନ୍ୟବାଦ ଜଣାଇଥିଲେ ।

ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.