ପଦ୍ମପୁର :-
ପଦ୍ମପୁର ରାଜ ବୋଡାସମ୍ବର ସହର ଏକ ଏହି ଅଞ୍ଚଳରେ ବାଣିଜ୍ଯ ପେଣ୍ଠ ସ୍ଥଳୀ ତଥା ପ୍ରମୁଖ ଶିକ୍ଷାକେନ୍ଦ୍ର ହୋଇଥିବା ଯୋଗୁଁ ପ୍ରତିଦିନ ଏହି ସହର କୁ ହଜାର ହଜାର ଲୋକ, ଛାତ୍ରଛାତ୍ରୀ,ବ୍ଯବସାୟୀ,ଯାନବାହାନ ଯିବା ଆସିବା କରିଥାନ୍ତି । ଭେଉଁରିଆ ଛକ ରୁ ଭେଉଁରିଆ,ଲଖମରା ପଟକୁ ଯିବା ରାସ୍ତା ମଝିରେ ରାସ୍ତାର ଦୂରାବସ୍ଥା କହିଲେ ନସରେ ଖାଲଢିପ ସୃଷ୍ଟି ହୋଇ ବର୍ଷାଜଳ ଜମି ରହିଥିବାରୁ ଯାନବାହାନ ଚଳାଚଳ ର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଛୋଟ ବଡ ଦୁର୍ଘଟଣା ଘଟିବାର ଆଶାଙ୍କା କରା ଯାଉଛି । ଲୋକ ମାନେ ବାଇକରେ ଯିବା ଆସିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଦେଖି କରି ନ ଦେଖିଲା ପରି ହେଉଛି । ବର୍ତ୍ତମାନ ପାର୍ବଣ ୠତୁରେ ଦୁର୍ଗାପୂଜା ଉପଲେକ୍ଷ ଅଧିକ ଜନ ସମାଗମ ହେବାର ଆଶଙ୍କା ରହିଛି । ସବୁ ବେଳେ ଲୋକ ମାନଙ୍କର ଯାତାୟାତ କରିବା ସମସ୍ଯା ସୃଷ୍ଟି ହେବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଶ୍ରୀଘ୍ର ଏହି ରାସ୍ତାକୁ ମରାମତି କରିବା ପାଇଁ ଜନ ସାଧାରଣରେ ଦାବୀ ହେଉଛି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ