Type Here to Get Search Results !

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗୁଡ଼ଭେଲା ବ୍ଳକ ବିଡିଓ


ବଲାଙ୍ଗୀର :-

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବିଡିଓ ବିନୋଦ ନାଏକ। ୧ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଡିଓ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବ୍ଲକ୍‌ରୁ ୩୦ଲକ୍ଷ ଟଙ୍କାର ମରାମତି କାମ ଦେବାପାଇଁ ରାଜକେଲ ଗାଁର ଠିକାଦାର ଗୋପାଳ ବେହେରାଙ୍କଠାରୁ ଲାଞ୍ଚ ନେଉଥିଲେ। ସେହି ସମୟରେ ଦେଉଳଗୁଡି ଛକରେ ସମ୍ବଲପୁର, ବରଗଡ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିବାରେ ସଫଳ ହୋଇଥିଲା। ଏହାସହ ଗୁଡଭେଲା ଅଫିସ ଓ ତୁଷୁରା ସରକାରୀ କ୍ୱାର୍ଟର୍ସ ସମେତ ବଲାଙ୍ଗୀର ସାଗରପଡାରେ ଥିବା ଘରେ ଭିଜିଲାନ୍ସ ଚଢାଉ କରି ଛାନ୍‌ଭିନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.